Home Health & Life Style ଗର୍ଭବତି ମହିଳାଙ୍କ ରୋଗ ପ୍ରତିଷେଧକ କମଥାଏ ଏଣୁ କରୋନା ସମୟରେ ଗର୍ଭବତିଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବା...

ଗର୍ଭବତି ମହିଳାଙ୍କ ରୋଗ ପ୍ରତିଷେଧକ କମଥାଏ ଏଣୁ କରୋନା ସମୟରେ ଗର୍ଭବତିଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରି ବୋଲି କହିଲେ ବ୍ରହ୍ମପୁର ବଡ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୁତି ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଇନ୍ଦିରା ପାଳ ।

YouTube video

କରୋନା ମହାମାରି ସମୟରେ ଗର୍ଭବତି ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରି ବୋଲି ବ୍ରହ୍ମପୁର ବଡ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୁତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଇନ୍ଦିରା ପାଳ ପରାମର୍ଶ ଦେଇଛନ୍ତି । ଘରର ଲୋକମାନେ ସତର୍କ ରହିବା ସହ ଗଭାବତିଙ୍କ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ଡାକ୍ତର ପାଳ ପ୍ରକାଶ କରିଛନ୍ତି । ଗର୍ଭବତି ସମୟରେ ମହିଳାଙ୍କଠାରେ ରୋଗ ପ୍ରତିଷେଧକ କମଥାଏ । ଗର୍ଭବତିମାନେ କରୋନା ସକ୍ରମଣ ହେଲେ ଡାକ୍ତରଙ୍କ ପରାମର୍ଶ ଅନୂଯାୟୀ ଚିକିତ୍ସା କରିବା ଆବଶ୍ୟକ ବୋଲି ଡାକ୍ତର ପାଳ ପ୍ରକାଶ କରିଛନ୍ତି । ସ୍ୱଳ୍ପ ଲକ୍ଷଣଥିବା ଗର୍ଭବତିମାନେ ଘରେ ରହି ଚିକିତ୍ସିତ ହୋଇପାରିବେ । ଏତିପାଇର୍ ଅନ୍ତତଃପକ୍ଷେ ୧୪ ଦିନ ପର୍ଯ୍ୟନ୍ତ ଗୃହ ପୃଥକାବସରେ ରହିବା ଜରୁରି । ଗର୍ଭବତିଙ୍କୁ କରୋନା ହେଲେ ମାଠାରୁ ଶିଶୁକୁ ସକ୍ରମଣ ହେବା କମ ସମ୍ଭାବନା ରହିଛି । ଏଣୁ ଗର୍ଭବତି ମାଁମାନେ ପୁଷ୍ଟିକର ଖାଦ୍ୟ ଖାଇବା ସହ ଭିଡଠାରୁ ଦୁରେଇ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ବର୍ତ୍ତମାନ ନିୟମ ଅନୂଯାୟୀ ମାଁ ଓ ଶିଶୁମାନେ ଟିକା ନେଇପାରିବେ ନାହିଁ । ଏଣୁ ଗର୍ଭବତିମାନେ କରୋନାଠାରୁ ସତର୍କ ରହିବା ଆବଶ୍ୟକ ବୋଲି ଡାକ୍ତର ଇନ୍ଦିରା ପାଳ ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି ।