
କରୋନା ମହାମାରି ଦ୍ୱିତିୟ ଲହରିରେ ଗର୍ଭବତି ମହିଳାଙ୍କ ସୁରକ୍ଷା ପାଇଁ ଏସ୍ଏମ୍ଏସ୍ ପାଳନ ସହ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରି ବୋଲି ବରିଷ୍ଟ ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞ ଡାକ୍ତର ବଳରାମ ବେହେରା ପରାମର୍ଶ ଦେଇଛନ୍ତି । ଗର୍ଭବତିମାନେ ସାଧାରଣତଃ ଜନସାଧାରଣଙ୍କ ସଂର୍ଶସରେ ଆସନ୍ତି ନାହିଁ କିନ୍ତୁ ଘର ଲୋକମାନେ ବାହାରକୁ ଯାଇ ଆକ୍ରାନ୍ତ ହେବାପରେ ଘରେ ଗର୍ଭବତିଙ୍କୁ ଏହା ସକ୍ରମଣ ହେବା ସମ୍ଭାବନା ରହିଥାଏ । ଏଣୁ ଘରର ଲୋକମାନେ ସତର୍କ ରହିବା ସହ ଗଭାବତିଙ୍କ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ଡାକ୍ତର ବେହେରା ପ୍ରକାଶ କରିଛନ୍ତି । ଗର୍ଭବତି ସମୟରେ ମହିଳାଙ୍କଠାରେ ରୋଗ ପ୍ରତିଷେଧକ କମଥାଏ । ଗର୍ଭବତିମାନେ କରୋନା ସକ୍ରମଣ ହେଲେ କରୋନା ଜନିତ ନିମୋନିଆ ଦେଖାଯାଇଥାଏ ବୋଲି ଡାକ୍ତର ବେହେରା ପ୍ରକାଶ କରିଛନ୍ତି । ଏହାଦ୍ୱାରା ସମୟ ଆଗରୁ ଡେଲିଭେରି ହେବା ସମ୍ଭାବନା ରହିଛି । ଗର୍ଭବତିଙ୍କୁ କରୋନା ହେଲେ ମାଠାରୁ ଶିଶୁକୁ ସକ୍ରମଣ ହେବା କମ ସମ୍ଭାବନା ରହିଛି । ଏଣୁ ଗର୍ଭବତି ମାଁମାନେ ପୁଷ୍ଟିକର ଖାଦ୍ୟ ଖାଇବା ସହ ଭିଡଠାରୁ ଦୁରେଇ ରହିବା ଆବଶ୍ୟକ ବୋଲି ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ଡାକ୍ତର ବଳରାମ ବେହେରା ସୂଚନା ଦେଇଛନ୍ତି ।






