
କରୋନା ମହାମାରି ଦ୍ୱିତିୟ ଲହରି ମୂକାବିଲା ପାଇଁ ସାମାଜିକ ଦୁରତା ରକ୍ଷା କରିବ, ମାକ୍ସ ପରିଧାନ କରିବା ଏବଂ ହାତକୁ ସାନିଟାଇଜ କରିବା ନିହାତି ଆବଶ୍ୟକ ବୋଲି ବରିଷ୍ଟ ମୂତ୍ରଶଲ୍ୟ ବିଷେଶଞ୍ଜ ଡାକ୍ତର କମଳାକାନ୍ତ ପାଣିଗ୍ରାହି ପରାମର୍ଶ ଦେଇଛନ୍ତି । ପ୍ରତ୍ୟକ ଜନସାଓାରଣ ମାକ୍ସ ଠିକଭାବେ ପରିଧାନ କରିବା ଉଚିତ ବୋଲି ସେ କହିଛନ୍ତି । ଘରେ କାହାକୁ ଛିଙ୍କ କାଶ ହେଉଥିଲେ କିମ୍ବା କରୋନାର ଅନ୍ୟ ଲକ୍ଷଣ ଥିଲେ ଘରେମଧ୍ୟ ମାକ୍ସ ପିନ୍ଦିବା ଜରୁରି ବୋଲି ଡାକ୍ତର ପାଣିଗ୍ରାହି କହିଛନ୍ତି । ସେହିପରି ସରକାରଙ୍କ ନିୟମ ଅନୂଯାୟୀ ସମସ୍ତେ ଜନସାଧାରଣ ଟିକା ନେବା ଜରୁରି ବୋଲି ସେ କହିଛନ୍ତି । ଟିକା ନେବା ଦ୍ୱାରା କରୋନା ଆକ୍ରାନ୍ତ ହେବା ସମ୍ଭାବନା କମ ବୋଲି ଡାକ୍ତର କମଳାକାନ୍ତ ପାଣିଗ୍ରାହି ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।






