
କରୋନା ମହାମାରି କ୍ଷିପ୍ର ଗତିରେ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ଆକ୍ରାନ୍ତରୁ ସୁସ୍ଥ ୧୦ ପ୍ରତିଶତ ଲୋକଙ୍କ ମଧ୍ୟରେ ବିଭିନ୍ନ ଦିର୍ଘସ୍ଥାୟୀ ରୋଗ ଦେଖାଯାଇଥାଏ ଯାହାକୁ ଲଙ୍ଗ କୋଭିଡ କୁହାଯାଏ । ଏକ ଆକଳନ ଅନୁଃସାରେ କୋଭିଡ ଆକ୍ରାନ୍ତରୁ ସୁସ୍ଥ ୬ମାସ ପରେ ୩୫ ପ୍ରତିଶତ ଲୋକଙ୍କ ମଧ୍ୟରେ ମଧୁମେହ ଜନିତ ସମସ୍ୟା ଦେଖାଯାଉଥିବା ବରିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର କୋଟା ସୁଚନା ଦେଇଛନ୍ତି । ମେଧବହୁଳ, କିଛି କାମ ନକରି ଖାଲି ବସୁଥିବା, ବଂଶାନୁକ୍ରମିକ ତଥା ନୂଆ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯାଉଥିବା ଡାକ୍ତର କୋଟା କହିଛନ୍ତି । ଥାଇରୟଡ ଇନବେଲେସ୍ ଓ ମାନସିକ ଚାପ ଯୋଗୁ ମଧ୍ୟ ମଦୁମେହ ଦେଖାଯାଉଥିବା ଡାକ୍ତର କୋଟା ସୂଚନା ଦେଇଛନ୍ତି । ଏଥିରୁ ମୂକ୍ତିପାଇଁ ନିୟମିତ ରକ୍ତ ସର୍କରା ପରିକ୍ଷା କରିବା, ମିଠା ଓ ଶ୍ୱେତସାର ଜନିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ନିୟମିତ ବ୍ୟାୟମ କରିବା ଆବଶ୍ୟକ ବୋଲି ଡାକ୍ତର ସୁନିଲ କୁମାର କୋଟା ୟୁଟିଭିକୁ ଦେଇଥିବା ସାକ୍ଷାତକାରରେ ପରାମର୍ଶ ଦେଇଛନ୍ତି ।






