କରୋନା ମହାମାରୀ ସମୟରେ ପ୍ରତ୍ୟେକ ଜନସାଧାରଣ ନିଜେ ନିଜକୁ ଏକ ବର୍ଷ ଲକଡାଉନ କରି ସତର୍କ ରହିବା ପାଇଁ ବରିଷ୍ଟ ଇଏନ୍ଟି ବିଶେଷଜ୍ଞ ଡାକ୍ତର ପ୍ରିୟଜିତ ପାଣିଗ୍ରାହିଙ୍କ ପରାମର୍ଶ ।

YouTube video

କରୋନା ମହାମାରୀ ସମୟରେ ପ୍ରତ୍ୟେକ ଜନସାଧାରଣ ନିଜେ ନିଜକୁ ଏକ ବର୍ଷ ଲକଡାଉନ କରି ସତର୍କ ରହିବା ପାଇଁ ବରିଷ୍ଟ ଇଏନ୍ଟି ବିଶେଷଜ୍ଞ ଡାକ୍ତର ପ୍ରିୟଜିତ ପାଣିଗ୍ରାହି ପରାମର୍ଶ ଦେଇଛନ୍ତି । ଘରେ ସଂଗରୋଧରେ ରହୁଥିବା କରୋନା ଆକ୍ରାନ୍ତ ସଠିକ ପରିଚାଳନା କଲେ ଡାକ୍ତରଖାନା ଯିବା ଆବଶ୍ୟକ ନାହିଁ । କରୋନାର ଦୁଇଟି ଷ୍ଟେଜ ଅଛି । ପ୍ରଥମ ୬ଦିନ ଅତି ଗୁରୁତ୍ୱପୂଣ୍ଣ । ଏହି ସମୟ ମଧ୍ୟରେ ଠିକ ସମୟରେ େଔଷଧ ଖାଇବା ସହ ଅକ୍ସିଜେନ ଲେବେଲ ମାପ କରିବା ଜରୁରି ବୋଲି ଡାକ୍ତର ପାଣିଗ୍ରାହି ପରାମର୍ଶ ଦେଇଛନ୍ତି । ଏ କ୍ଷେତ୍ରରେ ଆକ୍ରାନ୍ତ ମାନେ ସଂଜମତା ରକ୍ଷା କରିବା ସହ ନିଜେ ନିଜକୁ ଅଧିକ ଯତ୍ନବାନ କରିବା ଉଚିତ । ପ୍ରଥମ ୬ଦିନ ଠିକରେ ପରିଚାଳନା ନକଲେ ଦ୍ୱିତିୟ ୬ଦିନ ମେଡିକାଲରେ ଭର୍ତ୍ତି ହେବାକୁ ପଡିଥାଏ । କରୋନା ପ୍ରତିଶେଧକ ଭାବେ ପ୍ରତ୍ୟକ ଜନସାଧାରଣ ବେଟାଡିନ ଗାରଗେଲିଂଗ ଓ ବେଟାଡିନ ଷ୍ପେ୍ର ବ୍ୟବହାର କରି ପାରିବେ ବୋଲି ସେ କହିଛନ୍ତି । ଏଥିସହ ପ୍ରତ୍ୟକ ଜନସାଧାରଣ ଟିକାନେବା ଜରୁରି ବୋଲି ଡାକ୍ତର ପାଣିଗ୍ରାହି ସୂଚନା ଦେଇଛନ୍ତି । ତେଣୁ କରୋନା ଆକ୍ରାନ୍ତ ରୋଗୀମାନେ ଭୟଭୀତ ନହୋଇ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ସହ ଦରକାର ପଡିଲେ ହସ୍ପିଟାଲ୍ର ଚିକିତ୍ସା ଗ୍ରହଣ କରିବା ଉଚିତ ବୋଲି ଡାକ୍ତର ପ୍ରିୟଜିତ ପାଣିଗ୍ରାହି ୟୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କହିଛନ୍ତି ।