
କରୋନା ମହାମାରି ଆୟୁରବେଦିକ ସାତ୍ସ ଅନୂୟାୟୀ ରସଜ ରୋଗର ଲକ୍ଷଣ ଭଳି ପରିଲକ୍ଷିତ । ଏହାର ମୂକାବିଲା ପାଇଁ ସଫାଇ, କଡାଇ ଓ ଦବାଇ ତିନୋଟି ମାନିବା ଆବଶ୍ୟକ ବୋଲି ଆୟୁବେଦିକ ଗୋଲଡ ମେଡାଲିଷ୍ଟ ଡାକ୍ତର ଅତୁଲ୍ୟ କୁମାର ପଟନାୟକ ପରାମର୍ଶ ଦେଇଛନ୍ତି । ସବୁ ଜ୍ୱର କରୋନ ହୋଇନଥାଏ ଏଣୁ ଜ୍ୱରହେଲେ ଡାକ୍ତରଙ୍କ ପରାମର୍ଶ ନନୂଯାୟୀ ଚିକିତ୍ସା କରିବାକୁ ଡାକ୍ତର ପଟନାୟକ ପରାମର୍ଶ ଦେଇଛନ୍ତି । ଶ୍ୱଶକ୍ରୀୟା ଜନିତ ସମସ୍ୟା ଦୁରପାଇଁ ନିୟମିତ ପ୍ରାଣାୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଠିକ ସମୟରେ ଖାଦ୍ୟ ଗ୍ରହଣ କରିବା ସହ ସବୁଜ ପନିପରିବା ଖାଇବା ଉଚିତ ବୋଲି ଡାକ୍ତର ପଟନାୟକ କହିଛନ୍ତି । ବର୍ତ୍ତମାନ କରୋନା ସମୟରେ ଡାକ୍ତରଙ୍କ ପରାମର୍ଶ ଅନୂଯାୟୀ ଏଲୋପାତିକ ସହ ଆୟୁରବେଦିକ େଔଷଦ ଦେବନ କଲେ ସୁଫଳ ମିଳିବ ବୋଲି ଡାକ୍ତର ଅତୁଲ୍ୟ କୁମାର ପଟନାୟକ ଯୁଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି ।






