କରୋନା ମହାମାରି ଦ୍ୱିତିୟ ଲହରିରେ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଏସ୍ଏମ୍ଏସ୍ ପାଳନ ସହ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରି ବୋଲି କହିଲେ ବ୍ରହ୍ମପୁର ବଡ ଡାକ୍ତରଖାନା ଶିଶୁ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସରୋଜ ଶେଖର ରଥ ।

YouTube video

କରୋନା ମହାମାରି ଦ୍ୱିତିୟ ଲହରିରେ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଏସ୍ଏମ୍ଏସ୍ ପାଳନ ସହ ସ୍ୱତନ୍ତ୍ର ଧ୍ୟାନ ଦେବା ଜରୁରି ବୋଲି ବ୍ରହ୍ମପୁର ବଡ ଡାକ୍ତରଖାନା ଶିଶୁ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସରୋଜ ଶେଖର ରଥ ପରାମର୍ଶ ଦେଇଛନ୍ତି । କରୋନାର ଦ୍ୱିତିୟ ଲହରିରେ ଶିଶୁମାନେ ମଧ୍ୟ ଅକ୍ରାନ୍ତ ହେଉଛନ୍ତି ଏହାର କାରଣ ବଡ ଲୋକମାନେ ବାହାରକୁ ଯାଇ ଆକ୍ରାନ୍ତ ହେବାପରେ ଘରେ ଶିଶୁମାନଙ୍କୁ ଏହା ସକ୍ରମଣ ହୋଇଥାଏ । ଏଣୁ ଘରର ବଡ ଲୋକମାନେ ସତର୍କ ରହିବା ସହ ଶିଶିମାନଙ୍କ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ଡାକ୍ତର ରଥ ପ୍ରକାଶ କରିଛନ୍ତି । ଯଦି ଶିଶୁ ମାନେ କରୋନା ଆକ୍ରାନ୍ତ ହୁୃଅନ୍ତି ତେବେ ଜର େଔଷଧ ଖାଇବା, ପ୍ରଚୁର ପାଣି ଓ ଓଆର୍ଏସ୍ ପିଇବା ସହ ଏକାନ୍ତବାସରେ ରହି ରେଷ୍ଟ ନେବା ଜରୁରି ବୋଲି ଡାକ୍ତର ରଥ ଯୁଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି । କରୋନା ମହମାରି ସମୟରେ ନିଜେ ସଚେତନ ରହିଲେ ଶିଶୁମାନଙ୍କ ଯତ୍ନ ନେଇପାରିବା ବୋଲି ଡାକ୍ତର ରଥ କହିଛନ୍ତି ।