କରୋନା ମହାମାରି ମୂକାବିଲା ପାଇଁ ସଠିକଭାବେ ମାକ୍ସ ପରିଧାନ ସହ ଶ୍ୱାସକ୍ରିୟା ଏକ୍ସରସାଇଜ କରିବା ଆବଶ୍ୟକ ବୋଲି କହିଲେ ବରିଷ୍ଟ ଅସ୍ତିଶଲ୍ୟ ବିଶେଷଞ୍ଜ ଡାକ୍ତାର ଶଙ୍କରସନ ପାତ୍ର ।

YouTube video

କରୋନା ମହାମାରି ମୂକାବିଲା ପାଇଁ ସଠିକଭାବେ ମାକ୍ସ ପରିଧାନ କରିବା ସହ ଶ୍ୱାସକ୍ରିୟା ଏକ୍ସରସାଇଜ କରିବା ଆବଶ୍ୟକ ବୋଲି ବରିଷ୍ଟ ଅସ୍ତିଶଲ୍ୟ ବିଶେଷଞ୍ଜ ଡାକ୍ତାର ଶଙ୍କରସନ ପାତ୍ର ପରାମର୍ଶ ଦେଇଛନ୍ତି । କରୋନା ଆକ୍ରାନ୍ତମାନେ ଡାକ୍ତରଙ୍କ ସହ ଯୋଗାଯୋଗ କରି ଚିକିତ୍ସା ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟ ଗୁରୁତ୍ତର ରୋଗ ସହ କରୋନାରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲରେ ଭତ୍ତିହେବା ଜରୁରି ବୋଲି ଡାକ୍ତର ପାତ୍ର ପ୍ରକାଶ କରିଛନ୍ତି । ବର୍ତ୍ତମାନ କରୋନା ସମୟରେ ଠିକ ସମୟରେ େଔଷଧ ଖାଇବା ସହ ପଲ୍ସ ଅକ୍ସିମିଟର ଦ୍ୱାରା ଅକ୍ସିଜେନ୍ ମାପିବା ନିହାତି ଜରୁରୀ । ଯଦି ଅକ୍ସିଜେନ ଲେଭେଲ କମ ରହୁଛି, ତେବେ ତୁରନ୍ତ ଡାକ୍ତରଖାନା ଯିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ଡାକ୍ତର ଶଙ୍କରସନ ପାତ୍ର ଯୁଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି ।