
କରୋନା ମହାମାରି ଦ୍ୱିତିୟ ଲହରି ମୂକାବିଲା ପାଇଁ ଏସ୍ଏମ୍ଏସ୍ ପାଳନ ଅର୍ଥାତ ସାମାଜିକ ଦୁରତା ରକ୍ଷା କରିବ, ମାକ୍ସ ପରିଧାନ କରିବା ଏବଂ ହାତକୁ ସାନିଟାଇଜ କରିବା ନିହାତି ଆବଶ୍ୟକ ବୋଲି ବ୍ରହ୍ମପୁର ବଡ ଡାକ୍ତରଖାନା ସ୍ନାୟୁ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଉମା ପ୍ରସାଦ ପାଢି ପରାମର୍ଶ ଦେଇଛନ୍ତି । କରୋନା ସମୟରେ ଜନସାଧାରଣ ଡାକ୍ତରମାନଙ୍କ ସହ ଯୋଗାଯୋଗ କରି ଚିକିତ୍ସା ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟ ଗୁରୁତ୍ତର ରୋଗ ସହ କରୋନାରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲରେ ଭତ୍ତିହେବା ଜରୁରି ବୋଲି ଡାକ୍ତର ପାଢି ପ୍ରକାଶ କରିଛନ୍ତି । ସେହିପରି ସରକାରଙ୍କ ନିୟମ ଅନୂଯାୟୀ ସମସ୍ତେ ଜନସାଧାରଣ ଓ ସ୍ନାୟୁ ଜନିତ ରୋଗ ଥିଲେ ମଧ୍ୟ ଟିକା ନେବା ଜରୁରି ବୋଲି ସେ କହିଛନ୍ତି । ଟିକା ନେବା ଦ୍ୱାରା କରୋନା ଆକ୍ରାନ୍ତ ହେବା ସମ୍ଭାବନା କମ ବୋଲି ଡାକ୍ତର ପାଢି ପ୍ରକାଶ କରିଛନ୍ତି । ବର୍ତ୍ତମାନ କରୋନା ସମୟରେ ଠିକ ସମୟରେ ଔଷଧ ଖାଇବା ସହ ପଲ୍ସ ଅକ୍ସିମିଟର ଦ୍ୱାରା ଅକ୍ସିଜେନ୍ ମାପିବା ନିହାତି ଜରୁରୀ । ଯଦି ଅକ୍ସିଜେନ ଲେଭେଲ କମ ରହୁଛି, ତେବେ ତୁରନ୍ତ ଡାକ୍ତରଖାନା ଯିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ଡାକ୍ତର ପାଢି ଯୁଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି । ତେଣୁ ପ୍ରତ୍ୟେକ ଜନସାଧାରଣ କରୋନା ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା କରିବା ଉଚିତ ବୋଲି ଡାକ୍ତର ଉମା ପ୍ରସାଦ ପାଢି ପ୍ରକାଶ କରିଛନ୍ତି ।






