
କରୋନା ମହାମାରୀକୁ ଭୟ ନ କରି ସାହସର ସହ ମୂକାବିଲା କରିବା ସହ ଠିକ୍ ସମୟରେ ଟିକା ନେବା ଉଚିତ ବୋଲି ଡିଭାଇନ ନସିଂ ହୋମ ମୂଖ୍ୟ ପରିଚାଳକ ଡାକ୍ତର କିରଣ କୁମାର ପାଣିଗ୍ରାହି ପ୍ରକାଶ କରିଛନ୍ତି । ଜର, ଥଣ୍ଡା ଓ କାଶ ହେଲେ ଡାକ୍ତରୀ ପରାମର୍ଶ କରି ପ୍ରଥମେ ଚିକିତ୍ସିତ ହେବକୁ ଡାକ୍ତର ପାଣିଗ୍ରାହି କହିଛନ୍ତି । ୪-୫ ଦିନ ପରେ ଜର ନ କମିଲେ କରୋନା ପରିକ୍ଷା କରିବା ସହ ଡାକ୍ତରି ପରାମର୍ଶ ଅନୁଯାୟୀ େଔଷଧ ସେବନ ସହ ପଲସ ମିଟରରେ ଅକ୍ସିଜନ ଲେବେଲ ମାପ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଭୟ ନ କରି ସରକାରଙ୍କ ନିୟମ ଅନୂଯାୟୀ ସମସ୍ତେ ଟିକା ନେବା ଜରୁରି ବୋଲି ସେ କହିଛନ୍ତି । ଟିକା ନେବା ଦ୍ୱାରା କରୋନା ଆକ୍ରାନ୍ତ ହେବା ସମ୍ଭାବନା କମ ବୋଲି ଡାକ୍ତର ପାଣିଗ୍ରାହି ପ୍ରକାଶ କରିଛନ୍ତି । କରୋନା ଆକ୍ରାନ୍ତ ରୋଗୀମାନେ ଭୟଭୀତ ନହୋଇ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ସହ ଦରକାର ପଡିଲେ ହସ୍ପିଟାଲ୍ର ଚିକିତ୍ସା ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ସେହିପରି ପ୍ରତ୍ୟକ ଜନସାଧାରଣ ମାକ୍ସ ପରିଧାନ କରିବା ସହ ସାମାଜିକ ଦୁରତା ରକ୍ଷା କରିବା, ଗହଳି ସ୍ଥାନକୁ ନଜିବା ଏବଂ ବାରମ୍ବାର ହାତକୁ ସାନିଟାଇଜ କରିବା ପାଇଁ ଡାକ୍ତର କିରଣ ପାଣିଗ୍ରାହି ପରାମର୍ଶ ଦେଇଛନ୍ତି ।






