
କରୋନା ମହାମାରୀ ସମୟରେ ପ୍ରତ୍ୟେକ ଜନସାଧାରଣ ସତର୍କ ରହିବା ସହ ଟିକା ନେବା ଜରୁରି ବୋଲି ବଡ ଡାକ୍ତରଖାନ ଚକ୍ଷୁ ବିଭାଗର ଅବସରପ୍ରାପ୍ତ ବରିଷ୍ଟ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଡାକ୍ତର ବି. ନାଗେଶ୍ୱର ରାଓ ସୁବୁଦ୍ଧି ପ୍ରକାଶ କରିଛନ୍ତି । କରୋନ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରୀ ପରାମର୍ଶ କରିବାକୁ ସେ କହିଛନ୍ତି । ପାଟି, ନାକ ଓ ଆଖିକୁ ବାରମ୍ବାର ଛୁଇବା ଠିକ ନୂହଁ । ଆଖି ଦ୍ୱାରା ମଧ୍ୟ କରୋନା ବ୍ୟାପିବାର ସମ୍ଭାବନା ରହିଛି । ଏଣୁ ଘରୁ ପଦାକୁ ବାହାରିଲେ ଚଷମା ଲଗାଇବା ଭଲ ବୋଲି ଡାକ୍ତର ସୁବୁଦ୍ଧି ପ୍ରକାଶ କରିଛନ୍ତି । ସେହିପରି ସରକାରଙ୍କ ନିୟମ ଅନୂଯାୟୀ ସମସ୍ତେ ଟିକା ନେବା ଜରୁରି ବୋଲି ସେ କହିଛନ୍ତି । ଟିକା ନେବା ଦ୍ୱାରା କରୋନା ଆକ୍ରାନ୍ତ ହେବା ସମ୍ଭାବନା କମ ବୋଲି ଡାକ୍ତର ସୁବୁଦ୍ଧି ପ୍ରକାଶ କରିଛନ୍ତି । କରୋନା ଆକ୍ରାନ୍ତ ରୋଗୀମାନେ ଭୟଭୀତ ନହୋଇ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ସହ ଦରକାର ପଡିଲେ ହସ୍ପିଟାଲ୍ର ଚିକିତ୍ସା ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି ।






