
କରୋନା ଜନିତ ଲକ୍ଷଣ ଦେଖାଗଲେ ତୁରନ୍ତ ପରିକ୍ଷା କରାଇବା ସହ ସତର୍କ ରହିବା ଆବଶ୍ୟକ ବୋଲି ବ୍ରହ୍ମପୁର ବଡ ଡାକ୍ତରଖାନା ଚର୍ମ ଓ ଯୈାନରୋଗ ବିଭାଗର ବରିଷ୍ଟ ପ୍ରଫେସର ଡାକ୍ତର ସତ୍ୟଦର୍ଶି ପଟନାୟକ ପରାମର୍ଶ ଦେଇଛନ୍ତି । କରୋନା ସମୟରେ ଜନସାଧାରଣ ଡାକ୍ତରମାନଙ୍କ ସହ ଯୋଗାଯୋଗ କରି ଚିକିତ୍ସା ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟ ଗୁରୁତ୍ତର ରୋଗ ସହ କରୋନାରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲରେ ଭତ୍ତିହେବା ଜରୁରି ବୋଲି ସେ ପ୍ରକାଶ କରିଛନ୍ତି । ବର୍ତ୍ତମାନ କରୋନା ସମୟରେ ଠିକ ସମୟରେ ଔଷଧ ଖାଇବା ସହ ପଲ୍ସ ଅକ୍ସିମିଟର ଦ୍ୱାରା ଅକ୍ସିଜେନ୍ ମାପିବା ନିହାତି ଜରୁରୀ । ଯଦି ଅକ୍ସିଜେନ ଲେଭେଲ କମ ରହୁଛି, ତେବେ ତୁରନ୍ତ ଡାକ୍ତରଖାନା ଯିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ଡାକ୍ତର ପଟନାୟକ ଯୁଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ପଜିଟିଭ ଆକ୍ରାନ୍ତ ବ୍ୟକ୍ତିମାନେ ନିଜ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ଠାରୁ ଦୁରେଇ ରହିବା ନିହାତି ଜରୁରୀ ବୋଲି ସେ କହିଛନ୍ତି । ତେଣୁ ପ୍ରତ୍ୟେକ ଜନସାଧାରଣ କରୋନା ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା କରିବା ଉଚିତ ବୋଲି ଡାକ୍ତର ସତ୍ୟଦର୍ଶି ପଟନାୟକ ପ୍ରକାଶ କରିଛନ୍ତି ।






