
କରୋନା ପାଇଁ ଜନସାଧାରଣ ଭୟଭୀତ ନହେବାକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଭେଷଜ ବିଭାଗର ବରିଷ୍ଟ ପ୍ରଫେସର ଡାକ୍ତର ଉମା ଶଙ୍କର ମିଶ୍ର ପରାମର୍ଶ ଦେଇଛନ୍ତି । କରୋନା ସମୟରେ ଜନସାଧାରଣ ଡାକ୍ତରମାନଙ୍କ ସହ ଯୋଗାଯୋଗ କରି ଚିକିତ୍ସା ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ବର୍ତ୍ତମାନ କରୋନା ସମୟରେ ପଲ୍ସ ଅକ୍ସିମିଟର ଦ୍ୱାରା ଅକ୍ସିଜେନ୍ ମାପିବା ନିହାତି ଜରୁରୀ । ଯଦି ୯୪ କିମ୍ବା ୯୫ରୁ କମ୍ ଅକ୍ସିଜେନ ରହୁଛି, ତେବେ ତୁରନ୍ତ ଡାକ୍ତରଖାନା ଯିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ପ୍ରଫେସର ମିଶ୍ର ଯୁଟିଭିକୁ ଦେଇଥିବା ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ପଜିଟିଭ ଆକ୍ରାନ୍ତ ବ୍ୟକ୍ତିମାନେ ନିଜ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ମାପିବା ନିହାତି ଜରୁରୀ ବୋଲି ସେ କହିଛନ୍ତି । ତେଣୁ ପ୍ରତ୍ୟେକ ଜନସାଧାରଣ କରୋନା ଚିକିତ୍ସା କରିବା ସହ ପଲ୍ସ ଅକ୍ସିମିଟର୍ର ବ୍ୟବହାର ପ୍ରତି ଅଧିକ ଦୃଷ୍ଟି ଦେବା ଉଚିତ ବୋଲି ପ୍ରଫେସର ମିଶ୍ର ନିବେଦନ କରିଛନ୍ତି ।






