
ଦେଶରେ ଟ୍ରିପଲ୍ ମ୍ୟୁଟାଣ୍ଟ ଭାଇରସ୍ କ୍ଷୀପ୍ର ଗତିରେ ବିଭିନ୍ନ ରାଜ୍ୟରେ ବ୍ୟାପୁଥିବାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିବା ବରିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର କୋଟା ସୁଚନା ଦେଇଛନ୍ତି । ପଶ୍ଚିମବଂଗ, ନୁଆଦିଲ୍ଲୀ ଓ ଛତିଶଗଡ଼ରେ ଏହି ଭାଇରସ୍ ଦେଖାଯାଉଥିବାବେଳେ ଓଡ଼ିଶାରେ ଏବେ ପର୍ଯ୍ୟନ୍ତ ଏହି ଭାଇରସ୍ ଚିହ୍ନଟ ହୋଇନଥିବା ଡାକ୍ତର କୋଟା କହିଛନ୍ତି । ଏହି ଭାଇରସ୍ର ସଂକ୍ରମଣ କ୍ଷମତା ୫୦ରୁ ୭୦ ପ୍ରତିଶତ ଅଧିକ ବୋଲି ସେ କହିଛନ୍ତି । ତେଣୁ ଜନସାଧାରଣ ମାକ୍ସ ପରିଧାନ କରିବା ସହ ସାମାଜିକ ଦୁରତା ରକ୍ଷା କରିବା ଏବଂ ହାତକୁ ସାନିଟାଇଜ କରିବା ପାଇଁ ଡା କୋଟା ପରାମର୍ଶ ଦେଇଛନ୍ତି ।






