ଅଗ୍ରଣୀ ଚାଷୀ ସଂଗଠନ ରୁଷିକୂଲ୍ୟା ରଇତ ମହାସଭା ତରଫରୁ ବୁଧବାର ଛତ୍ରପୁର ସଂସ୍କୃତି ଭବନଠାରେ ସମ୍ବର୍ନ୍ଧନା ସଭା ଅନୁଷ୍ଠିତ

YouTube video

ଓଡ଼ିଶାର ଅଗ୍ରଣୀ ଚାଷୀ ସଂଗଠନ ରୁଷିକୂଲ୍ୟା ରଇତ ମହାସଭା ତରଫରୁ ବୁଧବାର ଛତ୍ରପୁର ସଂସ୍କୃତି ଭବନଠାରେ ସମ୍ବର୍ନ୍ଧନା ସଭା ସମ୍ପାଦକ ସୀମାଂଚଳ ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୂପେ ଯୋଗାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ କୃଷି ଓ କୃଷକର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥିଭାବେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ଛତ୍ରପୁର ବିଧାୟକ ସୁବାସ ବେହେରା, ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ । ରଇତ ମହାସଭାର ସଭାପତି ତ୍ରିନାଥ ବିଶ୍ୱାଳ ସମସ୍ୟା ନେଇ ସୁଚନା ଦେଇଥିଲେ । ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମବାୟବିତ୍ ସୁଧୀର ରାଉତ, ଶ୍ରମିକ ନେତା ଡକ୍ଟର ରାଜେନ୍ଦ୍ର ଦାସଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ୍ ସଂଯୋଜକ ଏବଂ ଆବାହକମାନେ ଏଥିରେ ଯୋଗଦେଇଥିଲେ । ଏହି ଅବସରରେ ୨ ମନ୍ତ୍ରୀଙ୍କ ସମେତ ବର୍ଷିଆନ ଚାଷୀମାନଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ଶେଷରେ ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।