
ବ୍ରହ୍ମପୁର ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ ଅବସରରେ ବୁଧବାର ରେଳ ଷ୍ଟେସନ ପରିସରରେ ଷ୍ଟେସନର ବିଭିନ୍ନ ଉନ୍ନତିକରଣ ନେଇ କମିଟି ପକ୍ଷରୁ ସହକାରି ବାଣିଜ୍ୟ ଅଧିକାରି ଦୀନବନ୍ଧୁ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଅବସରରେ ଷ୍ଟେସନ ମ୍ୟାନେଜର ପି.କେ ଦାସ ଓ ଏଏସଟିଇ ସୌରଭ ସୋନିଙ୍କ ସମେତ କମିଟିର ବହୁ ସଦସ୍ୟ ଏବଂ ଆର୍ପିଏଫ୍ ଓ ଜିଆର୍ପିର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଷ୍ଟେସନ ସମ୍ମୁଖରେ ଏକ ଶୌଚାଳୟ ବ୍ୟବସ୍ଥା କରାଯିବା, ବୁକିଂ ଅଫିସ, ପାର୍ଶଲ ଅଫିସରେ ମଧ୍ୟ ଶୌଚାଳୟର ବ୍ୟବସ୍ଥା କରିବା, ଷ୍ଟେସନ ପରିସରରେ ଏବଂ ସମ୍ମୁଖରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବା, ଶୀତତାପ ନିୟନ୍ତ୍ରୀତ ପ୍ରେକ୍ଷାଳୟ ଖୋଲିବା, ଅପ୍ ଟ୍ରେନ୍ ଗୁଡ଼ିକ ପାଇଁ ଚତୁର୍ଥ ନଂ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରିବା, ବ୍ରହ୍ମପୁରକୁ ଟର୍ମିନାଲ ଷ୍ଟେସନ କରିବା, ଶିଳ୍ପାଂଚଳ ଏବଂ କନିଷିରେ ରେଳ ରହଣୀର ବ୍ୟବସ୍ଥା କରିବା, ଷ୍ଟେସନ୍ରେ ଔଷଧ ଦୋକାନ ଖୋଲିବା ପାଇଁ ଏଠାରେ ମହମ୍ମଦ୍ ଆସ୍ଲାମ୍ ଏବଂ ଶିବ ପ୍ରସାଦ ମିଶ୍ର ପ୍ରମୁଖ ଦୃଷ୍ଟି ଆକର୍ଷଣ କରିଥିଲେ ।






