
୧୧ଲକ୍ଷ ଆଦିବାସୀ ପରିବାରଙ୍କୁ ଜଂଗଲ ଜମିରୁ ଉଛେଦ ଓ ଭାରତୀୟ ଜଂଗଲ ଆଇନ-୧୯୨୭ରେ ସଂଶୋଧନର ପ୍ରତିବାଦରେ ବୁଧବାର ଆଦିବାସୀ ଓ ବନଜୀବୀଙ୍କ ତରଫରୁ ଦେଶବ୍ୟାପି ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ଅଖିଳ ଭାରତ କିଶାନ ମଜଦୁର ସଭା ତରଫରୁ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଜନ ବିରୋଧୀ ପଦକ୍ଷେପ ବିରୋଧରେ ଏପରି ବିକ୍ଷୋଭ ପ୍ରଦର୍ଶନ ସହ ଶୋଭାଯାତ୍ରା ଆୟୋଜନ କରାଯାଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସଂଗଠନର ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ଉପସଭାପତି କୁଶନାଥ ପ୍ରଧାନ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଗଜପତି ଜିଲ୍ଲା ସମ୍ପାଦକ କେଦାର ଶବର, ଚାଷୀନେତା ଲଡୁ କିଶୋର ଡାକୁଆ, ରାଜ୍ୟ କମିଟି ସଭ୍ୟ ରଘୁନାଥ ନାୟକ, ଆଦିବାସୀ ନେତା କାଡ଼ୁକା ଶବର, ମଂଗଳା ମଲ୍ଲୀକ, ଯକ୍ଷ ଶବର, ସର୍ବିନ ଗମାଂଗ ଓ ବଡ଼ାଶା ମଳିକ ପ୍ରମୁଖ ଏଥିରେ ଯୋଗଦେଇଥିଲେ ।






