
ରାମେୟା ପାଟଣାଠାରେ ସମୁଦ୍ର କୁଳ ଲଂଘିବା ପରେ ବହୁ ଘରଦ୍ୱାର ଭାଂଗି ଯାଇଥିଲା । ତେବେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆନଯିବା ଫଳରେ ଗ୍ରାମବାସୀମାନେ ନିଜେ ମୁହାଣ ତିଆରି କରିଛନ୍ତି । ଏଥିରେ ପ୍ରାୟ ୨୦ଟି ପରିବାର ସମେତ ବହୁ ଧନଜୀବନ ନଷ୍ଟ ହୋଇଥିଲା । ନିକଟରେ ଥିବା ବାହୁଦା ନଦୀ ଏବଂ ସମୁଦ୍ରର ମୁହାଣ ପୋତି ହୋଇଯିବା ଫଳରେ ସମୁଦ୍ରର ଢେଉ ଗାଁଙ୍କୁ ଗ୍ରାସ କରିଥିବା କୁହାଯାଉଛି । ଏପରିସ୍ଥଳେ ନଦୀ ପାଖେ ନୂତନ ମୁହାଣ ସହ ବେରିକେଡ ପାଇଁ ପ୍ରଶାସନ ସହ ରାଜନେତାଙ୍କୁ ବାରମ୍ଭାର ଗ୍ରାମବାସୀ ଦାବି ଜଣାଥିଲେ ସୁଦ୍ଧା କୌଣସି ପ୍ରକାର ସୁଫଳ ମିଳିନଥିବା ଅଭିଯୋଗ ହୋଇଛ । ତେଣୁ ବାଧ୍ୟହୋଇ ଗ୍ରାମବାସୀ ଏକ ହୋଇ ନିଜେ ମୁହାଣ ତିଆରି କରିଛନ୍ତି ।






