ସୁପର ୩୦ ସଂସ୍ଥାପକଙ୍କୁ ବ୍ରେନ ଟ୍ୟୁମର, ନିଜେ କଲେ ଖୁଲାସା :

ସୁପର ୩୦ ସଂସ୍ଥାପକ ଆନନ୍ଦ କୁମାର ବ୍ରେନ ଟ୍ୟୁମର ସମସ୍ୟାରେ ପୀଡିତ ଅଛନ୍ତି । ଖୋଦ ଆନନ୍ଦ କୁମାର ଏକ ସାକ୍ଷାତକାରରେ ନିଜେ ଖୁଲାସା କରିଛନ୍ତି । ସେ କହିଛନ୍ତି ବଞ୍ଚିଥିବା ଭିତରେ ନିଜ ଉପରେ ଆଧାରିତ ଫିଲ୍ମକୁ ଦେଖିବାକୁ ସେ ଚାଁହୁଛନ୍ତି । ନିଜ ସଂଘର୍ଷପୂର୍ଣ୍ଣ ଯାତ୍ରାକୁ ସେ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଦେଖିବାକୁ ଚାଁହୁଛନ୍ତି ବୋଲି ଆନନ୍ଦ କୁମାର କହିଛନ୍ତି ।ଆସନ୍ତାକାଲି ଏହି ଫିଲ୍ମ ସାରା ଭାରତରେ ରିଲିଜ ହେବାକୁ ଯାଉଛି । ସାକ୍ଷାତକାର ସମୟରେ ଆନନ୍ଦ ବେଶ ଭାବୁକ ହୋଇପଡିଥିବାବେଳେ ଜୀବନ ଓ ମୃତ୍ୟୁ ମଧ୍ୟରେ କିଭଳି ସେ ବଞ୍ଚୁଛନ୍ତି କହିଥିଲେ । ସାକ୍ଷାତକାରରେ ଆନନ୍ଦ କହିଛନ୍ତି ଯେ ଏତେ କମ ବୟସରେ ବାୟୋପିକ ପାଇଁ ହଁ କହିବା ପଛରେ କେବଳ ଏହି କାରଣ ଥିଲା । ଯେ ସେ ଚାଁହୁଥିଲେ ତାଙ୍କ ମୃତ୍ୟୁ ପୂର୍ବରୁ ଯେଭଳି ସେ ନିଜ ଉପରେ ଆଧାରିତ ଫିଲ୍ମକୁ ଦେଖିପାରିବେ । ଆନନ୍ଦଙ୍କ କହିବା ମୁତାବକ ୨୦୧୪ରେ ଯାଞ୍ଚ ସମୟରେ ଟ୍ୟୁମର ହୋଇଥିବା ନେଇ ଜଣାପଡିଥିଲା । ୨୦୧୪ ବ୍ୟାଚର ଜଣେ ଛାତ୍ର କେବଳ ଏହି ବାବଦରେ ଜାଣିଛନ୍ତି ଏବଂ ପ୍ରାୟ ସମୟରେ ସେ ସାନ୍ତ୍ୱନା ଦିଅନ୍ତି ବୋଲି ଆନନ୍ଦ କୁହନ୍ତି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରିତୀକ ରୋଶନ ଅଭିନୟ କରିଥିବାବେଳେ ଏହାର ଟ୍ରେଲର ବେଶ ଲୋକପ୍ରିୟ ହୋଇପାରିଥିଲା ।