Home Our Berhampur ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ସାଆନ୍ତାଣୀଙ୍କୁ ସପରିବାର ଦର୍ଶନ କଲେ ଆନ୍ଧ୍ର ପ୍ରଦେଶ ବିଧାନସଭା ବାଚସ୍ପତି

ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ସାଆନ୍ତାଣୀଙ୍କୁ ସପରିବାର ଦର୍ଶନ କଲେ ଆନ୍ଧ୍ର ପ୍ରଦେଶ ବିଧାନସଭା ବାଚସ୍ପତି

YouTube video

ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ସାଆନ୍ତାଣୀଙ୍କ ଦର୍ଶନ କରିବାପାଇଁ ମଂଗଳବାର ଆନ୍ଧ୍ର ପ୍ରଦେଶ ବିଧାନସଭା ବାଚସ୍ପତି ଟି.ସୀତାରାମ ଗସ୍ତ କରିଥିଲେ । ସେ ସପରିବାର ସହ ମାଁ ବୁଢ଼ୀ ସାଆନ୍ତାଣୀଙ୍କ ଦର୍ଶନ କରି ଆଶିର୍ବାଦ ଲାଭ କରିଥିଲେ । ଏହି ଅବସରରେ ତାଙ୍କୁ ବହୁ ତେଲୁଗୁ ସମ୍ପ୍ରଦାୟର ଭାଇ ଓ ଭଉଣୀଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା । ସେ ମାଁଙ୍କ ଦର୍ଶନ କରି ଖୁସି ଅନୁଭବ କରିଥିବା କହିଥିଲେ । ପରେ ପରେ ସେ ଭୈରବୀ ମନ୍ଦିର ହୋଇ ଆନ୍ଧ୍ର୍ର ପ୍ରଦେଶ ଅଭିମୂଖେ ବାହାରିଥିଲେ । ସୋମବାର ରାତିରେ ବାଚସ୍ପତି ସୀତାରାମ ସପରିବାର ବ୍ରହ୍ମପୁର କମାପଲ୍ଳୀଠାରେ ନିଜ ସମ୍ପର୍କୀୟଙ୍କ ଘରେ ରାତ୍ରୀ ଯାପନ କରିଥିଲେ ।