
ଗୌଡ଼ସାହିଠାରେ ଅନନ୍ତ ଶୟନ ଗଣେଷ ପୂଜା ବିସର୍ଜନ କାର୍ଯ୍ୟକ୍ରମ ରବିବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କ୍ଷୀରାଭିଷେକ ମାଧ୍ୟମରେ ଠାକୁରଙ୍କୁ ଏପରି ବିସର୍ଜନ କରାଯାଇଥିଲା । ପୂଜା କମିଟିର ସମସ୍ତ ସଦସ୍ୟ ଓ ଗୌଡ଼ସାହି ବାସିନ୍ଦା ଏହି ଅବସରରେ ଉପସ୍ଥିତ ଥିଲେ । ଏହି କ୍ଷୀରାଭିଷେକ କାର୍ଯ୍ୟକ୍ରମ ଦେଖିବାପାଇଁ ଆଖପାଖ ଅଂଚଳର ଭକ୍ତମାନଙ୍କ ଭୀଡ଼ ଲାଗି ରହିଥିଲା ।






