ବରିଷ୍ଠ ସାମ୍ବାଦିକ ଗିରିଶ କୁମାର ପାଢ଼ୀ ଏବଂ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ବ୍ରହ୍ମପୁର ସାମ୍ବାଦିକଙ୍କ ତରଫରୁ ଶୋକସଭା

YouTube video

ବୁଗୁଡ଼ା ସହରର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଗିରିଶ କୁମାର ପାଢ଼ୀ ଏବଂ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ସୋମବାର ରାଜସ୍ୱ ବିଭାଗ ଡାକ ବଂଗଳା ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ସାମ୍ବାଦିକମାନଙ୍କ ତରଫରୁ ଏକ ଶୋକସଭା ଆୟୋଜନ କରାଯାଇଥିଲା । ଏହି ଅବସରରେ ଉଭୟଙ୍କ ଆତ୍ମାର ସଦ୍ଗତିପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସ୍ୱର୍ଗତ ଶତପଥୀ ଓ ସ୍ୱର୍ଗତ ପାଢ଼ୀଙ୍କ ନିତି ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରାଯାଇ ତାଙ୍କ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନା କରାଯାଇଥିଲା । ଏଥିରେ ବ୍ରହ୍ମପୁର ପ୍ରେସକ୍ଲବ୍ର ସଦସ୍ୟମାନେ ଉପସ୍ଥିତ ଥିଲେ ।