ଓଡ଼ିଶା ଭାରୋତ୍ତଳନ ଚମ୍ପିଆନ୍ସିପ ଉଦ୍ୟାପିତ, ଗଂଜାମ ଦଳଗତ ଚମ୍ପିଆନ, ମହିଳାରେ ଖୋର୍ଦ୍ଧା ଦଳଗତ ଚମ୍ପିଆନ୍

YouTube video

ସୁବୁଦ୍ଧିବେଢ଼ା କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ଭାରୋତ୍ତଳନ ସଂଘ ତରଫରୁ ଓଡ଼ିଶା ଭାରୋତ୍ତଳନ ଚମ୍ପିଆନ୍ସିପ ରବିବାର ଉଦ୍ୟାପିତ ହୋଇଯାଇଛି । ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ପୁରୁଷ ଦଳରେ ଗଂଜାମ ଦଳଗତ ଚମ୍ପିଆନ୍ ହୋଇଥିବାବେଳେ ମହିଳା ଦଳରେ ଖୋର୍ଦ୍ଧା ଦଳଗତ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିଲା । ସର୍ବମୋଟ ୧୯ଟି ନୂତନ ରେକର୍ଡ ଏଠାରେ ସୃଷ୍ଟି ହୋଇଥିଲା । ସେମାନଙ୍କ ମଧ୍ୟରେ ଖୁମ୍ବେଶ୍ୱରୀ ମଲ୍ଲୀକ, କୁଲ୍ଦୀପ ସାହୁ, ମନୋଜ ସାହୁ, ଅମରଜିତ ମହାରଣା, ପ୍ରିୟବ୍ରତ ବିଶୋୟୀ, ପ୍ରଭାତ, ଏସ୍.ଶବର, ବୀଣା ସୋରେନ, ବନିତା ଘଡେ଼ଇ, ରଂଜିତା ମାଝୀ, ଦିବ୍ୟାବତୀ ରାୟିକା, ଅପରାଜିତା ଭୂୟାଁ, ରଂଗିଲା ମାଝୀ, କେ. ଅଭିଶିକ୍ତା, ଦୀପାଶା ଦାସ, ମୋଦି ଜାନି, ଯୁବତୀ ଦେହୁରୀ, ଜି.ଗୀତାଂଜଳୀ ଓ ଏମ୍.କିର୍ତ୍ତି ପ୍ରମୁଖ ରେକର୍ଡ ସୃଷ୍ଟି କରିଥିଲେ । ସଂଘ ସଭାପତି ଇଂ.ଚିତ୍ତ ରଂଜନ ସ୍ୱାଇଁ, ସମ୍ପାଦକ ନାରାୟଣ ସାହୁଙ୍କ ସମେତ ସଂଘର ବହୁ ସଦସ୍ୟ ସଦସ୍ୟା ଏହି ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରେଫେରୀ ରମେଶ ପାଢ଼ୀ, ପ୍ରଦୀପ ସାହାଣୀ, ଧର୍ମା ରାଓ, ଲୁଲୁ ସାହୁ, କୁମୁଦ ସାହୁ, ଗାଗାରିନ ନାୟକ, ସଚିଦାନନ୍ଦ ଦାସ ପ୍ରମୁଖ ଏଠାରେ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ୪୦ଜଣ ମହିଳା ଓ ୬୫ଜଣ ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।