Home Crime କୁକୁଡ଼ା ଫାର୍ମରେ ନକଲୀ ଦେଶୀ ମଦ କାରାଖାନା ଠାବ

କୁକୁଡ଼ା ଫାର୍ମରେ ନକଲୀ ଦେଶୀ ମଦ କାରାଖାନା ଠାବ

YouTube video

ଦିଗପହଣ୍ଡି ଥାନା ଅନ୍ତର୍ଗତ କୈଠଖଣ୍ଡି ଗ୍ରାମ ପଂଚାୟତ ବୀରପଟଣା ଗ୍ରାମସ୍ଥିତ ଏକ କୁକୁଡ଼ା ଫାର୍ମ ଉପରେ ଚଢ଼ାଉ କରାଯାଇ ଏକ ନକଲୀ ଦେଶୀ ମଦ କାରାଖାନା ଠାବ କରାଯାଇଛି । ଏଠାରୁ ୪୬ଟି କାର୍ଟୁନରେ ଭର୍ତ୍ତି ହୋଇଥିବା ବହୁ ନକଲୀ ବିଦେଶୀ ମଦ ବୋତଲ, ସ୍ପିରିଟ, ମେସିନ, ଲେବୁଲ, ପୁରୁଣା ଖାଲି ବୋତଲ, ଠିପି ଓ ରସାୟନ ସାମଗ୍ରୀ ପୋଲିସ ଜବତ କରିଥିଲା । ଏ ସଂକ୍ରାନ୍ତରେ ପୋଲିସ ୪ଜଣଙ୍କୁ ଅଟକ ରଖି ଜେରା ଚଳାଇଛି । ମଦ ବୋଝେଇ ହେଉଥିବା ଏକ ଅଟୋକୁ ମଧ୍ୟ ପୋଲିସ ଜବତ କରିଛି । ଅଟକଙ୍କ ମଧ୍ୟରେ ଭୀଷ୍ମଗିରିର ହୃଷିକେଶ ଗୌଡ଼, ତାରାସିଂର ପ୍ରଦୀପ ସାହୁ, ଫୁଲ ସୁନ୍ଦରୀ ସାହିର ଟୁଟୁ ଦାସ ଓ ପେଣ୍ଡୁରାବାଡ଼ି ଗ୍ରାମର ଦଣ୍ଡପାଣି ଡାକୁଆ ପ୍ରମୁଖ ରହିଛନ୍ତି । ଅତିଶିଘ୍ର ଏହି ଘଟଣାରେ ବ୍ରହ୍ମପୁରର ସଂତୋଷ ସ୍ୱାଇଁଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଥିନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।