
ପୂର୍ବଶତୃତା ଓ ଜମିଜମା ବିବାଦକୁ କେନ୍ଦ୍ର କରି ଗଂଜାମ ଜିଲ୍ଲା ଖଲିକୋଟ ଥାନା ଖଜାପଲ୍ଲୀ ଗ୍ରାମରେ ଦୁର୍ବୁତ୍ତଙ୍କ ଅତର୍କିତ ଗୁଳିମାଡ଼ରେ ଗ୍ରାମର ନୀଳକଂଠ ପରିଡ଼ା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ନୀଳକଂଠଙ୍କୁ ଖଲିକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଘଟଣା ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଶନିବାର ରାତ୍ର ପ୍ରାୟ ୮ଟା ବେଳେ ନୁଆସାହି ନିକଟରେ ନୀଳକଂଠ ଛିଡ଼ା ହୋଇଥିବାବେଳେ ହଠାତ୍ ୩ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଏପରି ଗୁଳିମାରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି ।






