Home Bam Sports ଓଡ଼ିଶା ଭାରୋତ୍ତଳନ ସଂଘ ତରଫରୁ ଓଡ଼ିଶା ଭାରୋତ୍ତଳନ ଚମ୍ପିଆନ୍ସିପ ଶନିବାରଠାରୁ ବ୍ରହ୍ମପୁରରେ ଆରମ୍ଭ

ଓଡ଼ିଶା ଭାରୋତ୍ତଳନ ସଂଘ ତରଫରୁ ଓଡ଼ିଶା ଭାରୋତ୍ତଳନ ଚମ୍ପିଆନ୍ସିପ ଶନିବାରଠାରୁ ବ୍ରହ୍ମପୁରରେ ଆରମ୍ଭ

YouTube video

ସୁବୁଦ୍ଧିବେଢ଼ା କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ଭାରୋତ୍ତଳନ ସଂଘ ତରଫରୁ ଓଡ଼ିଶା ଭାରୋତ୍ତଳନ ଚମ୍ପିଆନ୍ସିପ ଶନିବାରଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଚମ୍ପିଆନ୍ସିପ୍ର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା କ୍ରୀଡ଼ାଧିକାରୀ ପ୍ରଶାନ୍ତ ସାହୁ ଯୋଗଦେଇଥିଲେ । ସଂଘ ସଭାପତି ଇଂ.ଚିତ୍ତ ରଂଜନ ସ୍ୱାଇଁ, ସମ୍ପାଦକ ନାରାୟଣ ସାହୁଙ୍କ ସମେତ ସଂଘର ବହୁ ସଦସ୍ୟ ସଦସ୍ୟା ଏହି ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରେଫେରୀ ରମେଶ ପାଢ଼ୀ, ପ୍ରଦୀପ ସାହାଣୀ, ଧର୍ମା ରାଓ, ଲୁଲୁ ସାହୁ, କୁମୁଦ ସାହୁ, ଗାଗାରିନ ନାୟକ, ସଚିଦାନନ୍ଦ ଦାସ ପ୍ରମୁଖ ଏଠାରେ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ୪୦ଜଣ ମହିଳା ଓ ୬୫ଜଣ ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି ।