
ସୁବୁଦ୍ଧିବେଢ଼ା କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ଭାରୋତ୍ତଳନ ସଂଘ ତରଫରୁ ଓଡ଼ିଶା ଭାରୋତ୍ତଳନ ଚମ୍ପିଆନ୍ସିପ ଶନିବାରଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଚମ୍ପିଆନ୍ସିପ୍ର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା କ୍ରୀଡ଼ାଧିକାରୀ ପ୍ରଶାନ୍ତ ସାହୁ ଯୋଗଦେଇଥିଲେ । ସଂଘ ସଭାପତି ଇଂ.ଚିତ୍ତ ରଂଜନ ସ୍ୱାଇଁ, ସମ୍ପାଦକ ନାରାୟଣ ସାହୁଙ୍କ ସମେତ ସଂଘର ବହୁ ସଦସ୍ୟ ସଦସ୍ୟା ଏହି ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରେଫେରୀ ରମେଶ ପାଢ଼ୀ, ପ୍ରଦୀପ ସାହାଣୀ, ଧର୍ମା ରାଓ, ଲୁଲୁ ସାହୁ, କୁମୁଦ ସାହୁ, ଗାଗାରିନ ନାୟକ, ସଚିଦାନନ୍ଦ ଦାସ ପ୍ରମୁଖ ଏଠାରେ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ୪୦ଜଣ ମହିଳା ଓ ୬୫ଜଣ ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି ।






