ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର, ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ନାଗରିକ ସମ୍ବର୍ନ୍ଧନା

YouTube video

ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର, ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ନାଗରିକ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଛି । ପ୍ରଫେସର ଜୟନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ପାଇକାରୀ ଭଣ୍ଡାର ସଭାପତି ସୁଧୀର ରାଉତ, ରଜନୀକାନ୍ତ ମିଶ୍ରଙ୍କ ତତ୍ୱାବଧାନରେ ବ୍ରହ୍ମପୁର ଟାଉନହଲ୍ରେ ଆୟୋଜିତ ଏହି ନାଗରିକ ସମ୍ବର୍ନ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ର୍ପୂବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ,ଶିବଶଙ୍କର ସାହାଣୀ, ସୁବାସ ମହାରଣା, ସଂଜିତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ଏଠାରେ ୮୦ଟି ଅନୁଷ୍ଠାନ ପକ୍ଷରୁ ନାଗରିକ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଥିଲା । ତୁଳସୀ ନଗର ବଣିକ ସଂଘ, ଜେସିଆଇ ଲେଡିସ, ସଖୀ କିନ୍ନର ସଂଘ, ମହିଳା କ୍ଲବ୍, ସିରିଡ଼ିସାଇ ଯୁବକ ସଂଘ, ମହାନ ସଂଘ, ମିଲ୍ଟନ୍ ଚାରିଟେବୁଲ ଟ୍ରଷ୍ଟ, ଯୋଗାଧାମ, ବ୍ରହ୍ମପୁର ବିକାଶ ସମିତି, ଇଣ୍ଡିଆନ୍ ଫାଇଟ ସ୍କୁଲ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂଘ ସମେତ ଅନ୍ୟାନ୍ୟ ଅନୁଷ୍ଠାନ, ପ୍ରତିଷ୍ଠାନ, ବିଜେଡ଼ି ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାମାନେ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ନ୍ଧନା ପ୍ରଦାନ କରିଥିଲେ ।