Home Bam Crime ୭କେଜି ଓଜନର ରୂପା ଅଳଂକାର ଚୋରୀ ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ପକ୍ଷରୁ ...

୭କେଜି ଓଜନର ରୂପା ଅଳଂକାର ଚୋରୀ ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ପକ୍ଷରୁ ୩ଜଣ ଗିରଫ, ଚୋରୀ ରୁପା ଜବତ

YouTube video

୭କେଜି ଓଜନର ରୂପା ଅଳଂକାର ଚୋରୀ କରିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ପକ୍ଷରୁ ୩ଜଣଙ୍କୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଛି । ମାଲାସାନିପେଟାସ୍ଥିତ ଏମ୍.ଉମାପତି ଆଚାରୀଙ୍କ ଶ୍ରୀ ସାଇ ରିଫାଇନାରୀ ଏଣ୍ଡ୍ ଜୁଏଲାରୀ ଦୋକାନରୁ କୌଣସି ଦୁର୍ବୁତ୍ତ ତାଲା ଭାଂଗି ରୂପା ଅଳଂକାର ଚୋରୀ କରିନେଇଥିବା ନେଇ ବଡ଼ବଜାର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହାର ତଦନ୍ତ କରି ଶଂଖାରୀ ସାହି ନିବାସୀ ଏସ୍.ଭରତ କୁମାର ଆଚାରୀଙ୍କ ବାସଭବନରୁ ଏହି ଅଳଂକାର ଉଦ୍ଧାର କରିଥିବା ଶନିବାର ବଡ଼ବଜାର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଏସ୍ପି ପ୍ରଭାତ ରାଉତରାୟ ସୁଚନା ଦେଇଥିଲେ । ଏହି ଅଳଂକାର ଗୁଡ଼ିକୁ ଚୋରୀ କରି ଖାଲାସି ସାହିର ଜି.ମୁରଲୀ ଆଚାରୀ ଏବଂ ଖାଜା ସାହି ନିବାସୀ ଏସ୍.କେ ସାକିର ପ୍ରମୁଖ ଭରତ କୁମାରଙ୍କୁ ଯୋଗାଇଥିବାଏଠାରେ ଏଏସ୍ପି ରାଉତରାୟ ସୁଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ବିଷ୍ଣୁ ପତି ଏବଂ ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି ପ୍ରମୁଖ ଉପସ୍ଥିତ ଥିଲେ ।