ଲଗାଣ ବର୍ଷା ଯୋଗୁଁ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଜମି ରହିଲା ବର୍ଷାଜଳ, ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ, ଜିଲ୍ଲାପାଳଙ୍କ ସ୍ଥିତି ଅନୁଧ୍ୟାନ

YouTube video

ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ବର୍ଷାଜଳ ଜମି ରହିବା ଯୋଗୁଁ ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସାନଖେମୁଣ୍ଡି ବ୍ଲକ୍ ପାଟପୁର ବୁଦେ୍ଧଶ୍ୱର ମନ୍ଦିର ଦିଗପହଣ୍ଡି-ଆସିକା ୩୨୬ ଜାତୀୟ ରାଜପଥର ଘୋଡ଼କା ନାଳ ବ୍ରିଜ୍ ଏହି ବର୍ଷା କାରଣରୁ ଭୁଷୁଡ଼ି ପଡ଼ିବା ଫଳରେ ଗମନାଗମନରେ ସମସ୍ୟା ଦେଖାଦେଇଛି । ସେହିପରି ହିଂଜିଳିକାଟୁ ଓ ଉପକଣ୍ଠ ଗ୍ରାମାଂଚଳରେ ମଧ୍ୟ ବର୍ଷାପାଣି ଜାତୀୟ ରାଜପଥ ଉପରେ ଜମି ରହିଥିଲା । ସେହିପରି କେତେକ ବିଦ୍ୟାଳୟରେ ମଧ୍ୟ ବର୍ଷା ଯୋଗୁଁ ବହୁ ସମସ୍ୟା ସୃଷ୍ଟି ହୋଇଥିଲା । ଏପରି ବର୍ଷା ଯୋଗୁଁ ବହୁ ଚାଷଜମି ପାଣିର ବୁଡ଼ି ରହିଥିଲା । ହିଂଜିଳି ବ୍ଲକ୍ର ପୁରୁଣା ବୁରୁପଡ଼ା ୟୁପି ସ୍କୁଲର ଛାତ୍ରଛାତ୍ରୀମାନେ ବର୍ଷା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସାନଖେମୁଣ୍ଡି ବ୍ଲ୍କ୍ ଡେଂଗାଡ଼ି ଗ୍ରାମରେ ରାସ୍ତା ଓ ସ୍କୁଲରେ ପାଣି ପଶିଯିବାରୁ ଲୋକେ ଯାତାୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଶୁକ୍ରବାର ଜିଲ୍ଲାପାଳ ବିଜୟ ଅମୃତ କୁଲାଂଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରୟ ଭାଉସାହେବ ବିଭିନ୍ନ ଗ୍ରାମ ପରିର୍ଦନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।