ନୂତନ ଟ୍ରାଫିକ୍ ନିୟମକୁ ନେଇ ଗଂଜାମ ଓକିଲ ସଂଘର ବହୁ ସଦସ୍ୟଙ୍କ ବ୍ରହ୍ମପୁର ଏସ୍ପିଙ୍କୁ ସାକ୍ଷାତ, ନିୟମକୁ କିଛି ମାତ୍ରାରେ କୋହଳ ନେଇ ଆଲୋଚନା

YouTube video

ନୂତନ ଟ୍ରାଫିକ୍ ନିୟମକୁ ନେଇ ଶୁକ୍ରବାର ଗଂଜାମ ଓକିଲ ସଂଘର ବହୁ ସଦସ୍ୟ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ସାକ୍ଷାତ କରିଥିଲେ । ଆଇନଜୀବୀମାନେ ବିଭିନ୍ନ ସମୟରେ କାର୍ଯ୍ୟ ବ୍ୟସ୍ତତା ରହୁଥିବା ଯୋଗୁଁ ସେମାନଙ୍କ କ୍ଷେତ୍ରରେ ଏହି ନିୟମକୁ କିଛି ମାତ୍ରାରେ କୋହଳ କରିବାପାଇଁ ଏଠାରେ ଆଲୋଚନା ହୋଇଥିଲା । ସେହିପରି ସାଧାରଣ ଲୋକଙ୍କ ଗାଡ଼ି ଗୁଡ଼ିକୁ ଚେକିଂ ନାମରେ ଦୀର୍ଘ ଦିନ ଧରି ନ ଅଟକାଇ ରଖିବା, ସରକାରୀ ଗାଡ଼ି, ପୋଲିସ ଗାଡ଼ି ଏବଂ ଆର୍ଟିଓ କାର୍ଯ୍ୟାଳୟର ଗାଡ଼ି ଗୁଡ଼ିକର ଏହି ନିୟମ ଲାଗୁ ହୋଇଛି କି ନାହିଁ ଯାଂଚ କରିବା, ଲୋକଙ୍କ ଉପରେ ଅଧିକରୁ ଅଧିକ ଜୋରିମାନା ଲାଗୁ ନକରି ସର୍ବନିମ୍ନ ଜୋରିମାନା ଆଦାୟ କରିବା ପାଇଁ ଏଠାରେ ଆଲୋଚନା କରାଯାଇଥିବା ବରିÂ ଆଇନଜୀବୀ ପୀତବାସ ପଣ୍ଡା ସୁଚନା ଦେଇଛନ୍ତି । ତେବେ ଏ ସଂକ୍ରାନ୍ତରେ ସେ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଏଠାରେ ବ୍ରହ୍ମପୁର ଏସ୍ପି ମିଶ୍ର କହିବା ସହ ଅତିଶିଘ୍ର ସହରର ବୁଦ୍ଧିଜୀବୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ନେଇ ଏହି ନିୟମ ସମ୍ପର୍କରେ ଆଲୋଚନା ଓ ସଚେତନତା କରାଯିବ ବୋଲି ସେ କହିଥିଲେ । ଏହି ଅବସରରେ କପିଳେଶ୍ୱର ପଟନାୟକ, ରଘୁନାଥ ପାଣିଗ୍ରାହୀ, ଅଶୋକ ଶୁକ୍ଳା, ମନୋଜ ବେହେରା, ଅସିତ ସାବତ, ମହମ୍ମଦ୍ ଇସ୍ମାଇଲଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।