ଚାଷୀ ଓ ଶ୍ରମିକ ବିରୋଧୀ ନିତି ପ୍ରତିବାଦରେ ଓଡ଼ିଶା କୃଷକ ସଭା, ସିଟୁ ଏବଂ କ୍ଷେତ ମଜଦୁର ୟୁନିୟନ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

YouTube video

କେନ୍ଦ୍ରର ମୋଦି ସରକାରଙ୍କ ଚାଷୀ ଓ ଶ୍ରମିକ ବିରୋଧୀ ନିତି ପ୍ରତିବାଦରେ ଗୁରୁବାର ଓଡ଼ିଶା କୃଷକ ସଭା, ସିଟୁ ଏବଂ କ୍ଷେତ ମଜଦୁର ୟୁନିୟନ ଗଂଜାମ ଜିଲ୍ଳା କମିଟି ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ପରେ ଦଶଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲା ନେତା ପି.ହରିକୃଷ୍ଣ ରେଡ୍ଡୀ, ବସନ୍ତ ନନ୍ଦ, ଯୁଧିଷ୍ଟିର ବେହେରା, ବାବୁଲା ନାୟକ, କୃଷ୍ଣ ନାୟକ, ଶ୍ୟାମ ବେହେରା, ସୁରେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ । କୃଷକ ଓ କୃଷି ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ଋଣ ବୋଝରୁ ମୁକ୍ତି କରିବା, ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଉପôାଦନ ଖର୍ଚ୍ଚର ଦେଢ଼ଗୁଣା ପ୍ରଦାନ କରିବା, ଗରିବ, ମଧ୍ୟମ ଚାଷୀ ଏବଂ କୃଷି ଶ୍ରମିକମାନଙ୍କୁ ମାସିକ ୫ହଜାର ଟଙ୍କା ପେନସନ ଯୋଗାଇବା, ଜଂଗଲ ଜମି ଅଧିକାର ଆଇନ-୨୦୦୬କୁ କାର୍ଯ୍ୟକାରୀ କରିବା ସମେତ ଅନ୍ୟାନ୍ୟ ଦାବିନେଇ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।