
ଗୁରୁବାର ସକାଳ ଆଠଟା ବେଳେ ଅନଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବିଡ଼ିଶିଙ୍ଗା ଗ୍ରାମର ଜଣେ ମହିଳା ଖଣି ଜଙ୍ଗଲରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ଖଣିଜଙ୍ଗଲ ପାହାଡ଼ ଉପରେ ଗୋଟାଏ କରଡ଼ା ଗଛରେ ସେ ମହିଳାଙ୍କ ଶବ ଓହଳି ଥିବା କଥା କେତେକ ଗ୍ରାମବାସୀ ଦେଖି ପୁଲିସକୁ ସୂଚନା ଦେଇଥିଲେ । ମୃତ ମହିଳା ଜଣକ ହେଉଛନ୍ତି ୪୨ ବର୍ଷୀୟ ତିଳୋତ୍ତମା ପ୍ରଧାନ । ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି । ମୃତା ତିଳୋତ୍ତମାଙ୍କର ଗୋଟିଏ ପୁଅ ଓ ସ୍ୱାମୀ ଅଛନ୍ତି । ଠାକୁରଗଡ଼ ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।







