Home Bam Crime ୨ଜଣ ଦୁର୍ବୁତ୍ତ ପୁଅ ପାଇଁ ପ୍ରସ୍ତାବ ଆଣିଛୁ କହି ଘରେ ପଶିବା ସହ ଏକାକୀ ଥିବା...

୨ଜଣ ଦୁର୍ବୁତ୍ତ ପୁଅ ପାଇଁ ପ୍ରସ୍ତାବ ଆଣିଛୁ କହି ଘରେ ପଶିବା ସହ ଏକାକୀ ଥିବା ମହିଳାଙ୍କ ପାଟିରେ ଗାମୁଛା ବାନ୍ଧି ସୁନା ଅଳଂକାର ଲୁଟ

YouTube video

ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ସପ୍ତମ ଲାଇନ ନିବାସୀ ମହିଳା କୈଳାସୀ ସାହୁଙ୍କ ବାସଭବନରୁ ଗୁରୁବାର ମଧ୍ୟାହ୍ନ ସମୟରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଘରେ କେହି ନଥିବାବେଳେ ୨ଜଣ ଦୁର୍ବୁତ୍ତ ପୁଅ ପାଇଁ ପ୍ରସ୍ତାବ ଆଣିଛୁ ବୋଲି କହି ଘରେ ପଶିଥିଲେ । ପରେ ଏକାକୀ ଥିବା ମହିଳାଙ୍କ ପାଟିରେ ଗାମୁଛା ବାନ୍ଧି ସେ ପିନ୍ଧିଥିବା ସୁନା ଅଳଂକାର ଲୁଟ କରି ନେଇଯାଇଥିବା ଅଭିଯୋଗ ହୋଇଛି । ଏଥିନେଇ ବଡ଼ବଜାର ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଦୁର୍ବୁତ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇଥିବା ମଧ୍ୟ ଅଭିଯୋଗ ହୋଇଛି ।