ଟ୍ରାଫିକ ସଚେତନତା ନେଇ ବ୍ରହ୍ମପୁର ଗଣମାଧ୍ୟମ ପ୍ରତିନିଧିମାନଙ୍କ ତରଫରୁ ସଚେତନତା ମୋଟର ସାଇକେଲ୍ ର୍ୟାଲି ଆଯୋଜିତ

YouTube video

ଟ୍ରାଫିକ ସଚେତନତା ନେଇ ବୁଧବାର ବ୍ରହ୍ମପୁରର ଗଣମାଧ୍ୟମ ପ୍ରତିନିଧିମାନଙ୍କ ତରଫରୁ ଏକ ସଚେତନତା ମୋଟର ସାଇକେଲ୍ ରାଲି ଆୟୋଜନ କରାଯାଇଥିଲା । ପୁରୁଣା ବସ୍ଷ୍ଟାଣ୍ଡ୍ଠାରୁ ଏହି ରାଲି ବାହାରି ମେଡ଼ିକାଲ୍ କଲେଜ ମୁଖ୍ୟ ଫାଟକ ନିକଟରେ ଶେଷ ହୋଇଥିଲା । ଏହି ରାଲିକୁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଓ ଉପଜିଲ୍ଲାପାଳ ସିନେ୍ଦ ଦତାତ୍ରୟ ଭାଉସାହେବଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିଲା । ପ୍ରତ୍ୟେକ ଜନସାଧାରଣ ନିଜର ସୁରକ୍ଷା ପାଇଁ ହେଲ୍ମେଟ ପରିଧାନ କରିବା ସହ ଟ୍ରାଫିକ ନିୟମକୁ ମାନିବା ନେଇ ଏହି ସଚେତନ ରାଲି ଆୟୋଜନ କରାଯାଇଥିଲା ।