
ଚମ୍ପୁଆ ରେଞ୍ଜ୍ ଅନ୍ତର୍ଗତ ମଲଦା ଗାଁରେ ଗତ ରାତିରେ ଘର ଭିତରେ ଶୋଇଥିବା ଜଣେ ଝିଅକୁ ଗୋଟାଏ ଦନ୍ତାହାତୀ କଚାଡ଼ି ମାରି ପକାଇଛି । ମୃତ ସାତ ବର୍ଷୀୟ ବାଳିକା ହେଉଛନ୍ତି ବଜା ମୁଣ୍ଡାଙ୍କ ଝିଅ ସାନା ମୁଣ୍ଡା । ଗତରାତିରେ ସାନା ବାପାମାଆ ଓ ଭାଇଭଉଣୀଙ୍କ ସହ ଘରେ ଶୋଇଥିଲା । ରାତି ପ୍ରାୟ ଗୋଟାଏ ବେଳେ ଗୋଟାଏ ଗୋଠଛଡ଼ା ଦନ୍ତାହାତୀ ଘରର କବାଟ ଭାଙ୍ଗି ସାନାଙ୍କୁ ଉଠାଇ ନେଇ କଚାଡ଼ି ମାରି ପକାଇଲା ।







