କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଗଲା ।
ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ୱର ,ଶୈଳୀ ତଥା ରେକର୍ଡିଂ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର । ଏହି ସଙ୍ଗୀତ ଗାୟନ ଅବଦ୍ଧି ସ୍ୱର ତଥା ଶୈଳୀ ଉପରୋକ୍ତ ରେକର୍ଡିଂ ପ୍ରକାରେ ନିର୍ଦ୍ଧାରିତ ହେଲା ।
ରାଜ୍ୟସରକାରଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ବିଧାନସଭାର ଅଧିବେଶନରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ପରିବେଶଣ ବା ଗାନ କରାଯିବ ।
ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଂଗୀତ କିମ୍ବା ବାଦ୍ୟଯନ୍ତ୍ର ସହିତ ଏହାକୁ ଗାନ କରାଯିବ। ।
ଉଦଯାପନୀ,ଉଦଘାଟନି ଏବଂ ଉଦବୋଧନୀ ସଂଗୀତ ଭାବରେ ଗାନ କଲା ସମୟରେ ସମସ୍ତେ ସମ୍ମାନ ପୂର୍ବକ ଠିଆ ହେବେ । ଅସୁସ୍ଥ,ଦିବ୍ୟାଙ୍ଗ,ବୟସ୍କ,ଗର୍ଭବତୀ ମହିଳା ନିଜ ଆସନରେ ବସି ସଂଗୀତକୁ ସମ୍ମାନ ଜଣାଇବେ ।
ପୋଲିସ୍ ବ୍ୟାଣ୍ଡ ,ବଂଶୀ,ସିତାର୍ ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ଏହି ସଂଗୀତ ପରିବେଶଣ କରାଯିବ ।
ସଂଗୀତର ପ୍ରଚାର,ପ୍ରସାର ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ଉପରେ କୌଣସି କଟକଣା ରହିବନାହିଁ।
ବିଦ୍ୟାଳୟ/ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଂଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଗଲା ।






