
ପବିତ୍ର ଗଣେଷ ପୂଜା ଅବସରରେ ମହାନଗରର ବିଭିନ୍ନ ସରକାରୀ ମହାବିଦ୍ୟାଳୟ, ବିଦ୍ୟାଳୟ, ଘରୋଇ ଶିକ୍ଷାନୁଷ୍ଠାନ ସମେତ ସାହି ଗଳି କନ୍ଦିରେ ପ୍ରଭୁ ବିନାୟକଙ୍କ ପୂଜାର୍ଚ୍ଚନା ମହାସମାରୋହରେ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ନୂତନ ବସ୍ତ୍ର ପରିଧାନ କରି ପ୍ରଭୁ ଗଣେଷଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ଦିନରେ ବହୁ ଶିଶୁ ପଣ୍ଡିତଙ୍କ ଉପସ୍ଥିତିରେ ହାତରେ ଚକ୍ଖଡ଼ି ଧରି ସିଲଟରେ ନିଜର ପାଠପଢ଼ା ଆରମ୍ଭ କରିଥିଲେ । ପିତାମାତାମାନେ ଏଠାରେ ଉପସ୍ଥିତ ରହି ଶିଶୁଙ୍କ ପାଠପଢ଼ା କାର୍ଯ୍ୟକ୍ରମକୁ ଖୁସିର ସହ ଗ୍ରହଣ କରିଥିଲେ । ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ, ଖଲିକୋଟ କନିÂ ମହାବିଦ୍ୟାଳୟ, ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ, ଝାନ୍ସିରାଣୀ ଛାତ୍ରୀ ନିବାସ, ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ ଛାତ୍ରୀ ନିବାସ, ଭିଭିଗିରି ସରକାରୀ ବାଳିକା ମହାବିଦ୍ୟାଳୟ, ମହାମାୟୀ ମହିଳା ମହାବିଦ୍ୟାଳୟ, ସହିଦ ଲକ୍ଷ୍ମଣ ନାୟକ ପୌର ଉଚ୍ଚ ବିଦ୍ୟାଳୟ ସମେତ କୋଅପରେଟିଭ୍ କଲୋନୀ ଏବଂ ଏ ଟୁ ଜେଡ୍ ବାୟୋଲୋଜୀ, ଶାସ୍ତ୍ରୀ ନଗରସ୍ଥିତ ମହାବୀର ଏକାଡେମୀ, କାଳୁପାତ୍ର ସାହିସ୍ଥିତ ଓଁ ଶ୍ରୀ ଇନ୍ଷ୍ଟିଚ୍ୟୁଟ, ଅଶୋକ ନଗର, ରାମ ନଗର, ଲାଂଜିପଲ୍ଲୀ ବାଇପାସ ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲ, ଗିରିମାର୍କେଟ, ଜୟଦୁର୍ଗା ନଗର, ଗାନ୍ଧି ନଗର ୧୦ମ ଲାଇନ ଓ ପ୍ରଥମ ଲାଇନ ସମେତ ଅନ୍ୟାନ୍ୟ ସାହି ଗଳି କନ୍ଦିରେ ପ୍ରଭୁ ଗଣେଷଙ୍କ ପୂଜା ଉତ୍ସବ ମହା ସମାରୋହରେ ଆୟୋଜନ କରାଯାଇଥିଲା । ସଂଧ୍ୟାରେ ସୁସଜ୍ଜିତ ଆଲୋକ ସଜ୍ଜା ଦର୍ଶକମାନଙ୍କୁ ଅଧିକ ଆକର୍ଷିତ କରିଥିଲା । ପୁରୁଣା ବସଷ୍ଟାଣ୍ଡ କ୍ରିଷ୍ଣା ସୁଇଟସ୍ ତରଫରୁ ଗଣେଷ ପୂଜା ପାଇଁ ବଡ ବଡ ଲଡୁ ପ୍ରସ୍ତୁତ କରାଯାଇଥିଲା ।(ଫଟୋ)-






