କରୋନା କଟକଣା ଭିତରେ ପୁରୀରେ ଏଥର ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା ।

କରୋନା କଟକଣା ଭିତରେ ପୁରୀରେ ଏଥର ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଆସନ୍ତା ୫ତାରିଖ ଶୁକ୍ରବାର ସ୍ନାନପୂର୍ଣ୍ଣିମା ପୂର୍ବରୁ ଅର୍ଥାତ୍‌ ୪ ତାରିଖ ରାତି ୧୦ରୁ ୬ ତାରିଖ ରାତି ୨ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରି ପାଖରେ ଜାରି ହେବ ୧୪୪ଧାରା । କରୋନା ପାଇଁ କେବଳ ଭକ୍ତ ନୁହନ୍ତି ଭଗବାନ ବି ସାମାଜିକ ଦୂରତା ନିୟମକୁ ପାଳନ କରୁଛନ୍ତି । ଭକ୍ତଙ୍କ ଠାରୁ ଭଗବାନଙ୍କୁ ଅଲଗା କରିଦେଇଛି ଏହି କରୋନା ଭାଇରସ ସଂକ୍ରମଣ ଭୟ । ଏଥର ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ତ ହେବ ହେଲେ ବିନା ଭକ୍ତରେ । ସ୍ନାନବେଦୀରେ ଶ୍ରୀଜିଉମାନଙ୍କ ସର୍ବସାଧାରଣ ଦର୍ଶନ ବାରଣ କରାଯାଇଥିବାରୁ ଶ୍ରୀମନ୍ଦିର ଚାରିପାଖରେ ୧୪୪ଧାରା ଜାରି କରାଯାଇଛି । କରୋନା ମୁକାବିଲା ପରିସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୫ ତାରିଖ ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଅର୍ଥାତ୍‌ ୪ତାରିଖ ରାତି ୧୦ଟା ଠାରୁ ୬ତାରିଖ ରାତି ୨ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।