
ଠାକୁରାଣୀ ମନ୍ଦିର ନିକଟସ୍ଥ ବଡ଼ବଜାର ଗୌଡ଼ ସାହିଠାରେ ଚଳିତ ବର୍ଷ ୨୫ଫୁଟ ଉଚ୍ଚ ଓ ୩୦ ଫୁଟ ଚଉଡ଼ା ବିଶିଷ୍ଟ ଗଣେଷ ପୂଜା ଦେଖିବାପାଇଁ ବହୁ ଭକ୍ତଙ୍କ ଭୀଡ଼ ପରିଲକ୍ଷିତ ହୋଇଥିଲା । ବିନୟ ବେହେରା, ଲବ ପରିଡ଼ା, ଚାଂଗୁ ଦାସ ପ୍ରମୁଖ କଟକର କାରିଗର ଏହାକୁ ନିର୍ମାଣ କରିଥିବାବେଳେ ଏଥିରେ ବ୍ରହ୍ମପୁର ଠାକୁରାଣୀ ମନ୍ଦିରର ପୂଜକ ସୁବାସ ଗନ୍ତାୟତ ମଧ୍ୟ ମୂର୍ତ୍ତି ନିର୍ମାଣରେ ସହଯୋଗ କରିଛନ୍ତି । ଯୁବ ବିଜେଡ଼ିର ରବି ରେଡ୍ଡୀ, ଗଣେଷ ସାହୁ, ପିଣ୍ଟୁ ନାୟକ, ଅନୁପ ନାୟକ, ସୁରଜ ଗୌଡ଼ ପ୍ରମୁଖ ଏହି ପୂଜା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଚଳିତ ବର୍ଷ ଏହି ପ୍ରତିମୁର୍ତ୍ତି ଅଂଚଳରେ ଅଧିକ ଆକର୍ଷଣ ହୋଇଛି । ଚଳିତ ବର୍ଷ ଏଠାରେ ରୌପ୍ୟ ଜୟନ୍ତୀ ଉତ୍ସବଭାବେ ପାଳନ କରାଯାଉଛି । ପ୍ରତିଦିନ ପୂଜା ସମୟରେ ଅନ୍ନଦାନ ସହ ସଂଧ୍ୟାରେ ଭଜନ ସମାରୋହ ଓ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।






