
ଗତ ରାତିରେ ଖଡ଼ିଆଳ ଥାନା ଅନ୍ତର୍ଗତ କେନ୍ଦୁପଟା ପଞ୍ଚାୟତର ଝରଣବାହାଲିପଡ଼ାରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ନିହତ ବ୍ୟକ୍ତ ହେଉଛନ୍ତି ୭୦ ବର୍ଷିୟ ନକୁଳ ବଞ୍ଛୋର୍ । ଆତତାୟୀ ପୁଅ ହେଉଛି ପ୍ରାୟ ୩୦ ବର୍ଷିୟ ପୁଅ ପୂର୍ଣ୍ଣ । ବାପ ଓ ପୁଅଙ୍କ ମଧ୍ୟରେ ଘରୋଇ କଳି ଲାଗୁଥିଲା । ଗତ ରାତି ପ୍ରାୟ ୩ଟା ବେଳେ ପୂର୍ଣ୍ଣ ଗୋଟାଏ ଟାଙ୍ଗିଆରେ ବାପା ନକୁଳଙ୍କୁ ହାଣି ପକାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଆଜି ସକାଳେ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ପୂର୍ଣ୍ଣ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।







