ହିଲ୍ପାଟଣା ସିଦ୍ଧ ବିନାୟକ ମନ୍ଦିରରେ ପ୍ରଭୁ ଗଣେଷଙ୍କ ସ୍ୱତନ୍ତ୍ର ପୂଜାନିତି, ଦର୍ଶନ କଲେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ

YouTube video

ହିଲ୍ପାଟଣାସ୍ଥିତ ସିଦ୍ଧ ବିନାୟକ ମନ୍ଦିରରେ ସୋମବାର ପ୍ରଭୁ ଗଣେଷଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭୀଡ଼ ଲାଗିରହିଥିଲା । ଦୁର ଦୁରାନ୍ତରୁ ଆସୁଥିବା ଭକ୍ତମାନେ ଏଠାରେ ପ୍ରଭୁ ବିନାୟକଙ୍କ ଦର୍ଶନ କରି ନିଜକୁ ଆନନ୍ଦିତ ମନେ କରିଥିଲେ । ଭକ୍ତମାନଙ୍କ ଭୀଡ଼କୁ ଦୃଷ୍ଟିରେ ରଖି ଗୋସାଇଁନୁଆଗାଁ ଥାନା ପୋଲିସ ଓ ବିନାୟକ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା । ଭକ୍ତମାନଙ୍କୁ ଏଠାରେ ପ୍ରସାଦ ବଣ୍ଟନ କରାଯାଇଥିଲା ।