
ପବିତ୍ର ଗଣେଷ ପୂଜା ଅବସରରେ ସୋମବାର ପଂଚମାସ୍ଥିତ ପ୍ରସିଦ୍ଧ ଗଣେଷ ପିଠରେ ହଜାର ହଜାର ଭକ୍ତଙ୍କ ଭୀଡ଼ ଲାଗିରହିଥିଲା । ପ୍ରାତଃ ସମୟରୁ ଭକ୍ତମାନେ ଲମ୍ବାଧାଡ଼ି କରି ସପରିବାର ସହ ପ୍ରଭୁ ଗଣେଷଙ୍କ ପୂଜାର୍ଚ୍ଚନା କରିଥିଲେ । ଭକ୍ତମାନଙ୍କ ଭୀଡ଼କୁ ଦୃଷ୍ଟିରେ ରଖି ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭକ୍ତମାନେ କିପରି ଶାନ୍ତି ଶୃଙ୍ଖଳାର ସହ ପ୍ରଭୁ ଗଣେଷଙ୍କ ଦର୍ଶନ କରିପାରିବେ ସେଥିପାଇଁ ଏଠାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟ ଅନୁରୁପ ପଦକ୍ଷେପ ନିଆଯାଇଥିଲା ।






