Home Regional ଦୀର୍ଘ ୨ଘଣ୍ଟାର ପରିଶ୍ରମପରେ ସର୍ପ ଉଦ୍ଧାରକାରୀ ଦଳ ଦ୍ୱାରା ୮ଫୁଟର ଅହିରାଜ ସାପ ଉଦ୍ଧାର

ଦୀର୍ଘ ୨ଘଣ୍ଟାର ପରିଶ୍ରମପରେ ସର୍ପ ଉଦ୍ଧାରକାରୀ ଦଳ ଦ୍ୱାରା ୮ଫୁଟର ଅହିରାଜ ସାପ ଉଦ୍ଧାର

YouTube video

ପାତ୍ରପୁର ବ୍ଳକ ଅନ୍ତର୍ଗତ ପାଂଚଆମ୍ବ ଗ୍ରାମରୁ ଏକ ୮ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି । ଏହି ସାପକୁ ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ବ୍ରହ୍ମପୁରର ସର୍ପ ଉଦ୍ଧାରକାରୀ ତାରା ପ୍ରସାଦ ଦାସଙ୍କୁ ଖବର ଦିଆଯାଇଥିଲା । ଏହାପରେ ଶ୍ରୀ ଦାସ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ, ସ୍ୱାଧିନ ସାହୁ ଓ ସୁଶାନ୍ତ ମହାଂକୁଡ଼ଙ୍କୁ ନେଇ ସେଠାରେ ପହଂଚିଥିଲେ । ସାପଟି ଗଛ ଭିତରେ ରହିଯାଇଥିବାଯୋଗୁଁ ଗ୍ରାମବାସୀମାନେ ଗଛଟିକୁ କାଟିଦେଇଥିଲେ । ଦୀର୍ଘ ୨ଘଣ୍ଟାର ପରିଶ୍ରମ ପରେ ସାପଟିକୁ ଉଦ୍ଧାର କରାଯାଇଥିଲା । ପରେ ବନ ବିଭାଗ କର୍ମଚାରୀଙ୍କ ସହଯୋଗରେ ଜଂଗଲରେ ଛାଡ଼ିଦିଆଯାଇଥିଲା ।