ସଂଗରୋଧ କେନ୍ଦ୍ରରେ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ଓ ଟାଟା କୋଭିଦ ହସ୍ପିଟାଲରେ ଚିକିତ୍ସିତ ମହିଳାଙ୍କ ବଡ଼ ଡାକ୍ତରଖାନାରେ ଜମଜ ସନ୍ତାନ ଜନ୍ମ ।

ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ମର୍ଦ୍ଧକୋଟ ହରିହର ଉଚ୍ଚ ବିଦ୍ୟାଳୟସ୍ଥିତ ସଂଗରୋଧ କେନ୍ଦ୍ରରେ ମଂଗଳବାର ସଂତୋଷିନି ପ୍ରଧାନ ନାମ୍ନୀ ଜନୈକା ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତାଙ୍କ ସ୍ୱାମୀଙ୍କ ନାମ ଡ୍ରାଇଭର ପ୍ରଧାନ ଓ ଗ୍ରାମ ଗୁଡ଼ିଆଳି । ପ୍ରସବ ସମୟରେ ଡାକ୍ତର ସଂଜୟ କୁମାର ସାହୁ, ସୁରେନ୍ଦ୍ର ପ୍ରଧାନ, ଜୟନ୍ତୀମାଳା ଓ ସରପଂଚ ପ୍ରତିନିଧି ଦିପ୍ତି ପ୍ରକାଶ ନାୟକଙ୍କ ସମେତ ନୋଡାଲ ଅଫିସର ଦିଲ୍ଲୀପ କୁମାର ବେହେରା, ଭାରପ୍ରାପ୍ତ ପ୍ରକାଶ ଚନ୍ଦ୍ର ସେଠୀ, ଅନିତା କୁମାରୀ ପ୍ରଧାନ ଓ ଅଂଗନବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଡାକ୍ତରମାନଙ୍କ କହିବା ପ୍ରକାରେ ଉଭୟେ ମା ଓ ପୁତ୍ର ସୁସ୍ଥ ଅଛନ୍ତି । ସେହିପରି ଟାଟା କୋଭିଦ ହସ୍ପିଟାଲ୍ର ଜନୈକ ମହିଳା ବୁଧବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ୨ଟି ସନ୍ତାନ ଜନ୍ମ ଦେଇଛନ୍ତି । ସାଧାରଣଭାବେ ମହିଳାଙ୍କ ଜମଜ ପୁତ୍ର ଓ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଗୋଟିଏ ପୁତ୍ର ସନ୍ତାନଟିର ମୃତ୍ୟୁ ଘଟିଥିବା ଜଣାପଡିଛି ।