
ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍ ଚିରିକିପଡ଼ା ଗ୍ରାମ ପଂଚାୟତ ସରପଂଚ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିଜେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏକ ସପ୍ତାହ ପାଇଁ ପଂଚାୟତରେ ସଟ୍ଡାଉନ ଘୋଷଣା କରିଛନ୍ତି । ଗଂଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜାଣି ନିଜ ପଂଚାୟତର ସୁରକ୍ଷା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ୧୯ ତାରିଖ ପର୍ଯ୍ୟନ୍ତ ଏପରି ସଟ୍ ଡାଉନ ଘୋଷଣା କରାଯାଇଛି । ବହୁ ସୁରାଟ ଫେରନ୍ତା ଗ୍ରାମ ମାନଙ୍କରେ ଥିବା ସଂଗରୋଧ କେନ୍ଦ୍ରରେ ରହୁଥିବା ଯୋଗୁଁ ସଂକ୍ରମଣ ବ୍ୟାପିବା ଭୟକୁ ନେଇ ସଟ୍ ଡାଉନ ଘୋଷଣା କରାଯାଇଥିବାବେଳେ କେନ୍ଦ୍ର ନିକଟରୁ ଯେପରି କେହି ଯିବେ ନାହିଁ ସେଥିପାଇଁ ୧୪୪ ଧାରା ଜାରି କରାଯାଇଛି । ଏହାକୁ ପଂଚାୟତବାସୀ ପୁର୍ଣ୍ଣ ସମର୍ଥନ କରିଛନ୍ତି ।






