Home Our Berhampur ଗଂଜାମ ଜିଲ୍ଲାକୁ ପ୍ରତିଦିନ ବାହାର ରାଜ୍ୟରୁ ଟ୍ରେନ୍ ଯୋଗେ ଫେରୁଛନ୍ତି ପ୍ରବାସୀ ଓଡ଼ିଆ, ...

ଗଂଜାମ ଜିଲ୍ଲାକୁ ପ୍ରତିଦିନ ବାହାର ରାଜ୍ୟରୁ ଟ୍ରେନ୍ ଯୋଗେ ଫେରୁଛନ୍ତି ପ୍ରବାସୀ ଓଡ଼ିଆ, ସ୍ୱାସ୍ଥ୍ୟ ପରୀକ୍ଷା ପରେ ବସଯୋଗେ ପଠାଯାଉଛି ସଂଗରୋଧ କେନ୍ଦ୍ର ।

YouTube video

କରୋନା କଟକଣା ଯୋଗୁଁ ବାହାର ରାଜ୍ୟରେ ବହୁ ପ୍ରବାସୀ ଓଡ଼ିଆ ଫଶି ରହିଛନ୍ତି । କାରଖାନା ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିବା ଫଳରେ କାମ କରିବାକୁ ଯାଇଥିବା ଶ୍ରମିକମାନେ ବେରୋଜଗାର ସହ ଅସହାୟ ହୋଇପଡ଼ିଛନ୍ତି । ଗଂଜାମ ଜିଲ୍ଲାକୁ ପ୍ରତିଦିନ ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆ ଟ୍ରେନ୍ ଯୋଗେ ଫେରୁଛନ୍ତି । ବିଶେଷକରି ସୁରାଟରୁ ବହୁ ପ୍ରବାସୀ ଓଡ଼ିଆ ଟ୍ରେନ୍ ଯୋଗେ ଆସି ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ପହଂଚୁଛନ୍ତି । ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ନିଜ ନିଜ ଗ୍ରାମ ନିକଟରେ ଥିବା ସଂଗରୋଧ କେନ୍ଦ୍ରକୁ ବସଯୋଗେ ପଠାଇଦିଆଯାଉଛି ।