ଅସହାୟ ଓ ଅସୁସ୍ଥ ଅବସ୍ଥାରେ ପଡ଼ିରହିଥିବା ୭୦ ବର୍ଷୀୟ ବୃଦ୍ଧାକୁ ସହାୟ ହେଲେ ୨ଜଣ ଯୁବକ, ବଡ଼ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭତ୍ତ

YouTube video

ଫାଷ୍ଟଗେଟ୍ ଧୋବାବନ୍ଧ ହୁଡ଼ା ନିକଟରେ ୫ରୁ୭ଦିନ ଧରି ଅସହାୟ ଅବସ୍ଥାରେ ପଡ଼ିରହିଥିବା ୭୦ ବର୍ଷୀୟ ବୃଦ୍ଧ ପରମାନନ୍ଦ ବେହେରାଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇ ବଡ଼ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ବୃଦ୍ଧ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବାବେଳେ ସେ ସଠିକ୍ଭାବେ ଖାଦ୍ୟ ନପାଇ ବର୍ଷାରେ ଭିଜି ଅଚେତ ଅବସ୍ଥାରେ ପଡ଼ିରହିଥିଲେ । ଏହି ରାସ୍ତାଦେଇ ଯାଉଥିବା ଅନୀଲ ଚୌଧୁରୀ ଓ ଅସିତ ସାବତ ବୃଦ୍ଧଙ୍କୁ ଦେଖିବାପରେ ୧୦୮ଆମ୍ଭୁଲାନ୍ସକୁ ଜଣାଇବା ସହ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଉଭୟେ ନିବେଦନ କରିଛନ୍ତି ।