
କରୋନା କଟକଣା ପରେ ପ୍ରତିଦିନ ବହୁ ପ୍ରବାସୀ ଓଡ଼ିଆ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ପୂର୍ବରୁ ହାଇଦ୍ରାବାଦ୍, କେରଳ, ସୁରାଟ ଏବଂ ରାଜସ୍ଥାନର କୋଟାରୁ ବହୁ ପ୍ରବାସୀ ଓଡ଼ିଆ ଟ୍ରେନ୍ ଓ ବସ୍ଯୋଗେ ଗଂଜାମ ଜିଲ୍ଲାକୁ ଫେରିଛନ୍ତି । ସୋମବାର ଚେନ୍ନାଇରୁ ଏକ ଟ୍ରେନ୍ଯୋଗେ ପ୍ରାୟ ୧୨ଶହ ପ୍ରବାସୀ ଓଡ଼ିଆ ଓଡ଼ିଶାକୁ ଫେରିଥିବାବେଳେ ସେଥିମଧ୍ୟରୁ ୬୪୭ଜଣ ଗଂଜାମ ଜିଲ୍ଲାର ରହିଛନ୍ତି । ଜଗନ୍ନାଥପୁର ରେଳ ଷ୍ଟେସନ୍ଠାରେ ଏହି ସମସ୍ତ ପ୍ରବାସୀ ଓଡ଼ିଆ ଓହ୍ଲାଇବାପରେ ସେମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇ ସଂଗରୋଧ କେନ୍ଦ୍ରକୁ ବସ୍ଯୋଗେ ପଠାଇ ଦିଆଯାଇଛି ।






