ବିଶ୍ୱ ମାତୃତ୍ୱ ଦିବସ ପାଳନ ଅବସରରେ ବ୍ରହ୍ମପୁରର ଖ୍ୟାତନାମା ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ବାଲୁକା କଳାକୃତୀ ପ୍ରଦର୍ଶନ ।

YouTube video

ରବିବାର ବିଶ୍ୱ ମାତୃତ୍ୱ ଦିବସ ପାଳନ ଅବସରରେ ବ୍ରହ୍ମପୁରର ଖ୍ୟାତନାମା ବାଲୁକା ଶିଳ୍ପୀ ସତ୍ୟ ମହାରଣା ବାଲୁକା କଳାକୃତୀ ପ୍ରଦର୍ଶନ ମାଧ୍ୟମରେ ମା ମାନଙ୍କୁ ଆଜିର ଦିବସ ପାଇଁ ସମ୍ମାନ ଜଣାଇଛନ୍ତି । ସମସ୍ତେ ଧରିତ୍ରୀ ମା’ର ସୁରକ୍ଷା ସହ ଗଛ ଲଗାଇବା ଏବଂ ନିଜ ମା’ଙ୍କୁ ସମ୍ମାନ ଦେବା ପାଇଁ ସେ ଏପରି କଳାକୃତୀ ମାଧ୍ୟମରେ ପରାମର୍ଶ ଦେଇଛନ୍ତି । ଛୋଟବେଳୁ ମା ଲାଳନ ପାଳନ କରି ଆମକୁ ବଡ଼ କରିଥିବା ଯୋଗୁଁ ମା ମାନଙ୍କୁ ସର୍ବଦା ଆମେ ସେହିପରି ସ୍ନେହ ଶ୍ରଦ୍ଧା ଦେବା ଉଚିତ ବୋଲି ସେ କହିଥିଲେ ।